କନକ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ରସୁଲପୁର ବ୍ଳକ ଛକ ନିକଟରେ ଭୁଶୁଡି ପଡ଼ିଛି ବ୍ରିଜ୍ । ବାଲେଶ୍ୱରରୁ କଟକ ଆସିବା ରୁଟର କୁଆଖିଆ ଛକ ଆଡ଼କୁ ପୋଲର ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି । ଫଳରେ ଅଳ୍ପକେ ବର୍ତ୍ତି ଯାଇଛି ଏକାଧି ବସ ଓ ଟ୍ରକ୍ । ମାତ୍ର ୧୫ ବର୍ଷର ଏହି ପୋଲ ଭୁଶୁଡ଼ିବାକୁ ନେଇ ସାଧରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି ।

Advertisment

ସ୍ଥାନୀୟ ଠିକାଦାରମାନଙ୍କୁ ଦାୟୀ କରି ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଯଦି କୌଣସି ଅଘଟଣ ଘଟିଥାଆନ୍ତା ତାହେଲେ ଏଥିପାଇଁ କିଏ ଦାୟୀ ହୋଇ ଥାଆନ୍ତା ବୋଲି ଲୋକେ କହିଛନ୍ତି । ପୋଲଟି ୭ରୁ ୮ ଫୁଟ୍ ତଳକୁ ଦବିଯାଇଛି । ଗୋଟିଏ ପଟେ ଏବେ ଉଭୟପଟର ଗାଡ଼ି ଯାଆସ୍ କରୁଛନ୍ତି । ଫଳରେ ଜାତୀୟ ରାଜପଥରେ ପ୍ରବଳ ଜାମ ହୋଇଛି । ରାଜପଥରେ ଏଭଳି ବ୍ରିଜ୍ ଭୁଶୁଡ଼ିବାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।