‘ବ୍ରିଜ୍ କୋର୍ସ’ ଦ୍ୱାରା ଭରଣା ହେବ ପାଠପଢ଼ା । କରୋନାରେ ପାଠପଢ଼ାର କ୍ଷତି ଭରଣା ପାଇଁ ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର ।

Advertisment
‘ବ୍ରିଜ୍ କୋର୍ସ’ ଦ୍ୱାରା ଭରଣା ହେବ ପାଠପଢ଼ା । କରୋନାରେ ପାଠପଢ଼ାର କ୍ଷତି ଭରଣା ପାଇଁ ଟେଣ୍ଡର ଆହ୍ୱାନ କଲେ ରାଜ୍ୟ ସରକାର ।

କନକ ବ୍ୟୁରୋ : ବ୍ରିଜ କୋର୍ସ ଦ୍ୱାରା ପାଠପଢା ଭରଣା କରିବାକୁ ଅଣ୍ଟା ଭିଡିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ୭୦ କୋଟି ଟଙ୍କା ଖର୍ଚ୍ଚରେ ତୃତୀୟରୁ-ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏହି କୋର୍ସର ଆୟୋଜନ କରାଯାଉଛି । କରୋନା ସମୟରେ ହୋଇଥିବା ପାଠପଢାର ଭରଣା ପାଇଁ ଏହି ଉଦ୍ୟମ କରାଯାଉଛି । ଯେଉଥିରେ ଇଂରାଜୀ, ଗଣିତ ଓ ବିଜ୍ଞାନକୁ ଗୁରୁତ୍ୱ ଦିଆଯିବ । ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷାବିତ୍ ।

ଶିକ୍ଷାଦାନ କ୍ଷେତ୍ରରେ ଏକ ନୂଆ କଥା ଲାଗୁ କରିବାକୁ ଯାଉଛନ୍ତି ସରକାର । ଯାହା ପୂର୍ବରୁ କେବେ ହୋଇନଥିଲା । ସ୍କୁଲ ଓ ଗଣଶିକ୍ଷା ବିଭାଗ, ବାହାର ଏଜେନ୍ସି ଦ୍ୱାରା କରୋନାରେ ବାଧା ହୋଇଥିବା ପାଠପଢ଼ାକୁ ଭରଣା କରିବାକୁ ଯାଉଛନ୍ତି । ସରକାର ଆହ୍ୱାନ କରିଥିବା ଟେଣ୍ଡର ମାଧ୍ୟମରେ ତୃତୀୟ ପକ୍ଷ ଏଜେନ୍ସି ନିଯୁକ୍ତ କରାଯିବ ।

‘ବ୍ରିଜ୍ କୋର୍ସ’ ଦ୍ୱାରା ଭରଣା ହେବ ପାଠପଢ଼ା । ତୃତୀୟ ପକ୍ଷ ‘ଏଜେନ୍ସି’ ନେବ ଦାୟିତ୍ୱ । ଉପକୃତ ହେବେ ୪୧ ଲକ୍ଷ ପିଲା, ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ମହାମାରୀ ଯୋଗୁଁ ୨୦୨୦ ଓ ୨୦୨୧ ଶିକ୍ଷା ବର୍ଷର ପାଠପଢ଼ା ଭୀଷଣ ରୂପେ ପ୍ରଭାବିତ ହୋଇଥିଲା । ଏବେ ଏହାକୁ ଭରଣା କରିବାକୁ ଅଣ୍ଟା ଭିଡିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ଖରାଦିନ ଛୁଟିକୁ ସୀମିତ କରି ପିଲାଙ୍କ ପାଇଁ ବ୍ରିଜ୍ କୋର୍ସ କରାଯିବ । ଯେଉଁ ଦୁଇ ବର୍ଷର ପାଠପଢ଼ା ଅଧାପନ୍ତରିଆ ରହିଛି, ତାକୁ ଭରଣା କରାଯିବ ।

ବ୍ରିଜ୍ କୋର୍ସ ପାଠପଢ଼ା
ତୃତୀୟ ଶ୍ରେଣୀରୁ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ହେବ ବ୍ରିଜ୍ କୋର୍ସ
ପୂର୍ବ ୨ ବର୍ଷର ପାଠ୍ୟକ୍ରମକୁ ୪୦-୬୦ ଅନୁପାତରେ ସାମିଲ କରାଯିବ
ବୋର୍ଡ ପରୀକ୍ଷା ଥିବାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଏଥିରୁ ବାଦ ଦିଆଯାଇଛି
ଏହି ପାଠପଢ଼ା ପାଇଁ ଏଜେନ୍ସି ବା ତୃତୀୟ ପକ୍ଷ ନିଯୁକ୍ତ ହେବେ
ଏଥିପାଇଁ ଆରମ୍ଭ ହୋଇଛି ଟେଣ୍ଡର ପ୍ରକ୍ରିୟା

ମନେ କରନ୍ତୁ ଏବେ ଜଣେ ଛାତ୍ର ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ଗତ ଦୁଇ ବର୍ଷର ପାଠ ବ୍ୟାଘାତ ହୋଇଥିବାରୁ ଏହି ବ୍ରିଜ୍ କୋର୍ସରେ ଚତୁର୍ଥ ଓ ପଂଚମ ଶ୍ରେଣୀର ପାଠକୁ ସାମିଲ କରାଯିବ । ଚତୁର୍ଥ ଶ୍ରେଣୀର ୪୦ ପ୍ରତିଶତ ଓ ପଞ୍ଚମର ୬୦ ପ୍ରତିଶତ ପାଠ ବ୍ରିଜ୍ କୋର୍ସ ଜରିଆରେ ଶେଷ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ମଡ୍ୟୁଲ୍ କରିବ ଏଜେନ୍ସି ।

ବ୍ରିଜ୍ କୋର୍ସର ପାଠ୍ୟକ୍ରମ ପସ୍ତୁତି ଠାରୁ ଆରମ୍ଭ କରି ଶିକ୍ଷକଙ୍କ ପ୍ରଶିକ୍ଷଣ ଓ ପିଲାଙ୍କ ଦକ୍ଷତା ବୃଦ୍ଧି କିପରି ହୋଇଛି ଇଣ୍ଟରନାଲ ଆସେସ୍ କରି ମାସିକିଆ ରିପୋର୍ଟ ଦେବ ଏଜେନ୍ସି ।

ନଜର ପକାନ୍ତୁ କେମିତି ହେବ ‘ବ୍ରିଜ୍ କୋର୍ସ’ ପାଠପଢ଼ା ?
ଇଂରାଜୀ, ଗଣିତ ଓ ବିଜ୍ଞାନକୁ ଦିଆଯିବ ଗୁରୁତ୍ୱ
ପ୍ରତ୍ୟେକ ଜିଲ୍ଲାରେ ପ୍ରତି ବିଷୟ ପାଇଁ ୫୦ ଜଣ ଶିକ୍ଷକ, ଅର୍ଥାତ ମୋଟ ୧୫୦ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବ ଏଜେନ୍ସି
ଏହି ଶିକ୍ଷକମାନେ ଜିଲ୍ଲାର ଅନ୍ୟ ଶିକ୍ଷକମାନଙ୍କୁ ମାର୍ଗଦର୍ଶନ କରିବେ
ପ୍ରତି ଶ୍ରେଣୀରେ ୩୫ରୁ ୪୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରହିବେ
ସପ୍ତାହରେ ପ୍ରତ୍ୟେକ ବିଷୟରେ ୪ ଲେଖାଏଁ କ୍ଲାସ ହେବ
ଇଂରାଜୀ, ଗଣିତ ଓ ବିଜ୍ଞାନ ପାଇଁ ସପ୍ତାହରେ ହେବ ମୋଟ ୧୨ଟି କ୍ଲାସ
ପ୍ରତି କ୍ଲାସର ସମୟ ସୀମା ରହିବ ୧ ଘଂଟା

ତେବେ ସରକାରଙ୍କ ଏହି ଯୋଜନା, କିପରି କାର୍ଯ୍ୟକାରୀ ହେବ, ଏ ନେଇ ସନ୍ଦେହ ପ୍ରକାଶ କରିଛି ଓଷ୍ଟା । ଏହି ବ୍ରିଜ୍ କୋର୍ସ ପାଇଁ ଏଜେନ୍ସି ନିଯୁକ୍ତି ଲାଗି ଓଡ଼ିଶା ସ୍କୁଲ ଏଜୁକେସନ୍ ପ୍ରୋଗ୍ରାମ୍ ଅଥରିଟି ବା ଓସେପା ଟେଣ୍ଡର ଆହ୍ୱାନ କରିଛି । ମେ’ ୨ ତାରିଖ ଦିନ ଟେଣ୍ଡର ଖୋଲାଯିବ । ତେବେ ପ୍ରଶ୍ନ ଉଠୁଛି, ସୀମିତ ସମୟ ମଧ୍ୟରେ କିପରି ହୋଇପାରିବ ବ୍ରିଜ କୋର୍ସ ? ସବୁ ଜିଲ୍ଲାରେ ଶିକ୍ଷକ ନିଯୁକ୍ତି ଠାରୁ ପାଠ୍ୟକ୍ରମ ପ୍ରସ୍ତୁତି, ପାଠପଢ଼ା, ୱାର୍କସିଟ୍ ପ୍ରସ୍ତୁତ କରିବା ପାଇଁ ସମର୍ଥ ହେବ ତ ଏଜେନ୍ସି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe