ଯାଜପୁର ରସୁଲପୁରରେ ଭୁଶୁଡ଼ିପଡ଼ିଲା ବ୍ରିଜ୍। ଯୋଡ଼େଇ ନିକଟରୁ ଖସିପଡ଼ିଛି ପୋଲର ପିଲାର୍

116

କନକ ବ୍ୟୁରୋ : ଦେଶ ସ୍ୱାଧୀନତା ସମୟରେ ନିର୍ମାଣ ହୋଇଥିବା ପୋଲ ଯେମିତିକୁ ସେମିତି ସୁରକ୍ଷିତ ରହିଥିବା ବେଳେ ମାତ୍ର ୧୫ ବର୍ଷ ତଳେ ନିର୍ମାଣ ହୋଇଥିବା ବ୍ରିଜ୍୍ ଭୁଷୁଡ଼ି ପଡ଼ିଛି । ପୋଲଟି ୭ରୁ ୮ଫୁଟ୍ ତଳକୁ ଦବିଯାଇଛି । ଫଳରେ ଗୋଟିଏ ପଟେ ଏବେ ଉଭୟପଟର ଗାଡ଼ି ଯାଆସ୍ କରୁଛି । ଏଥିପାଇଁ ଜାତୀୟ ରାଜପଥରେ ପ୍ରବଳ ଜାମ ରହିଛି । ନିମ୍ନମାନର କାମ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଥିବା ବେଳେ ଠିକାଦାରଙ୍କ କାମକୁ ନେଇ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଛି ।

ରସୁଲପୁର ଛକରେ ବ୍ରିଜ୍ ଭୁୁଶୁଡ଼ି ପଡ଼ିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଜାତୀୟ ରାଜପଥ ପ୍ରକଳ୍ପ କର୍ତୃପକ୍ଷ । ବ୍ରିଜରେ ନିର୍ମାଣଗତ ତ୍ରୁଟି ରହିଥିବା ସେ ସ୍ୱୀକାର କରିଥିବା ବେଳେ ଅଧିକ ତଦନ୍ତ ପାଇଁ ବିଶେଷଜ୍ଞ ଟିମ୍ ଆସୁଥିବା ସୂଚନା ଦେଇଛନ୍ତି ।

ବ୍ରିଜ ଭାଙ୍ଗି ଯିବା ପରେ ଏକ ଡାଇଭର୍ସନ କରାଯାଇଛି । ଯେଉଁ ରାସ୍ତାରେ ଗାଡ଼ି ଚଳାଚଳ କରୁଛି । ତେବେ ଏନଏଚଏଆଇ’ର ଏକ ଟେକ୍ନିକାଲ ଟିମ୍ ଓ ଏକ୍ସପର୍ଟ କମିଟି ଆସି ଘଟଣାର ଅନୁଧାନ କରି ରିପୋର୍ଟ ଦେବା ପରେ ବ୍ରିଜର ପୁନଃଉଦ୍ଧାର କାମ ଆରମ୍ଭ ହେବ । କିନ୍ତୁ ପୋଲ ଭୁଶୁଡ଼ିବା ଘଟଣାରେ ପୂର୍ବତନ ଯନ୍ତ୍ରୀ ଯେଉଁ ବୟାନ ରଖିଛନ୍ତି ତାହା ଚିନ୍ତାଜନକ ।

-ଯଦି ଗୋଟିଏ ଗୋଟିଏ ପୋଲର ଆୟୁଷ ୫୦ରୁ ୧୦୦ ବର୍ଷ, ତେବେ ମାତ୍ର ୧୫ ବର୍ଷରେ ପୋଲ ଭୁୁଶୁଥିଲା କେମିତି?
– ଯଦି ଫାଉଣ୍ଡେସନରେ ସମସ୍ୟା ଥିଲା, ତେବେ ଏଭଳି କେତୋଟି ପୋଲରେ ଏଭଳି ସମସ୍ୟା ରହିଛି?
– ଯାଜପୁର ରସୁଲପୁର ପୋଲ ଭୁଶୁଡ଼ିବା ଘଟଣାରେ କାହାକୁ କରାଯିବ ଉତ୍ତରଦାୟୀ?