କୋଟି କୋଟି ଟଙ୍କାରେ ନିର୍ମାଣ ହେଲା ପୋଲ ! ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ, କିନ୍ତୁ ମାତ୍ର ୩ ମାସରେ ଭାସିଗଲା ପୋଲ ।

59

ଲୋକାର୍ପଣ ହେବାର ମାତ୍ରା କିଛିଟା ଦିନ ପରେ ପାଣି ସ୍ରୋତରେ ଭାସିଗଲା ଏକ ବଡ ପୋଲ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୋହରି ଠାରେ । ଗତ ତିନି ମାସ ତଳେ କେନ୍ଦ୍ରମନ୍ତ୍ରୀ କୋଟି କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି ପୋଲଟିକୁ ଉଦଘାଟନ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପୋହରି ତହସିଲ୍ ଅନ୍ତର୍ଗତ ଛର୍ଚ କ୍ଷେତ୍ରରେ ଥିବା ଇନ୍ଦ୍ରୁଖୀରେ କୁନୋ ନଦୀରେ ୭୭୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏକ ବଡ ପୋଲ ଭାସିଯାଇଛି । କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗତ ତିନି ମାସ ତଳେ ଏହି ପୋଲର ଲୋକାର୍ପଣ କରିଥିଲେ । ମାତ୍ର ତିନି ମାସରେ ଏଠାରେ ହୋଇଥିବା ପ୍ରଥମ ବର୍ଷାରେ ପୋଲର ଏକ ବଡ ଅଂଶ ଭାସିଯାଇଛି ।

ସବୁଠାରୁ ବଡ କଥା ହେଉଛି ପୋଲଟିର ମଝି ଅଂଶ ଭାସିଯାଇଥିବାରୁ ଦୁଇପଟର ସମ୍ପର୍କ ଭାଙ୍ଗିଯାଇଥିବା ବେଳେ ଯାତାୟତ ଠପ୍ ହୋଇପଡିଛି । ତେବେ ଏହି ପୋଲର ନିମ୍ନସ୍ତରର ନିର୍ମାଣକୁ ନେଇ ପୋହରି ବିଧାୟକ ପ୍ରହଲ୍ଲାଦ ଭାରତୀ ଅନେକ ଥର ଉପରିସ୍ଥ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ, କିନ୍ତୁ ତାଙ୍କ କଥାକୁ ଗୁରୁତର ସହ ନିଆଯାଇନଥିଲା । କେବଳ ଏତିକି ନୁହେଁ ବିଧାୟକ ଏହି ପୋଲର ନିମ୍ନସ୍ତରର ନିର୍ମାଣକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଏହା ପରେ ମଧ୍ୟ ଅଧିକାରୀଙ୍କ ମିଳାମିଶାରେ ପୋଲର ନିର୍ମାଣ କାର୍ଯ୍ୟ ଚାଲିଥିଲା । ଯାହାର ପରିଣାମ ମାତ୍ର ତିନି ମାସ ମଧ୍ୟରେ ଏହି ବଡ ପୋଲର ମଝି ଅଂଶ ପାଣିରେ ଧୋଇ ହୋଇଗଲା ।