ରାୟଗଡ଼ା : ବିପଦ ସଂକୁଳ ଅବସ୍ଥାରେ ପୋଲ! ନିମ୍ନମାନର କାମ ହେବା ନେଇ ଆଲୋଚନା

35

କନକ ବ୍ୟୁରୋ : ବମିଖାଲ ଫ୍ଲାଏ ଓଭର ବ୍ରିଜ ଭୁଷୁଡିବା ପରେ ରାଜ୍ୟ ଅନ୍ୟସବୁ ବ୍ରିଜର ସ୍ଥିତିକୁ ନେଇ ତନାଘନା ହେଉଛି । ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ବିପଦ ସଙ୍କୁଳ ପୋଲର ଦୃଶ୍ୟ । ସାମନ୍ୟ ବର୍ଷାରେ ଦବି ଯାଇଛି ରାୟଗଡ଼ା ସଦରବ୍ଲକ ଆମ୍ଳଭଟା ନାଗାବଳି ଉପରେ ଥିବା ପୋଲ । ଫଳରେ ବିପଦ ସଂକୁଳ ଅବସ୍ଥାରେ ପୋଲ ଦେଇ ନଦୀ ପାର ହେଉଛନ୍ତି ଲୋକେ ।

ନାଗାବଳି ନଦୀରେ ବନ୍ୟା ଆସିବା ପରେ ଦବି ଯାଇଛି ପୋଲ । ପୋଲ ଫାଟି ଆଁ କରିଥିବା ବେଳେ ଏହାରି ଉପରେ ନିର୍ଭର କରନ୍ତି ଆମ୍ଳଭଟା ସମେତ ଦୁଇଟି ପଂଚାୟତର ଲୋକ । ହେଲେ ପରିତାପର ବିଷୟ, ପୋଲଟି ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ପ୍ରଶାସନ ପାଖରେ ଏନେଇ ଖବର ନାହିଁ । ଗଣମାଧ୍ୟମରୁ ପୋଲ ବାବଦରେ ଜାଣିବା ପରେ ପ୍ରତିକାର କରାଯିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।

ପୋଲଟି ମାତ୍ର ୭ ବର୍ଷ ତଳେ ନିର୍ମାଣ ହୋଇଥିବା ବେଳେ ସାମନ୍ୟ ବର୍ଷାରେ ଦବି ଯାଇଛି । ଏଥିରୁ ଅନୁମାନ କରନ୍ତୁ କାମ କେତେ ନିମ୍ନମାନର ।