ନବରଙ୍ଗପୁରରେ ଭୁଶୁଡିଲା ନିର୍ମାଣଧୀନ ପୋଲ । ଜଣେ ମୃତ, ୩ ଗୁରୁତର । କାମ ସାରି ଫେରିବା ବେଳେ ଅଘଟଣ ।

167

କନକ ବ୍ୟୁରୋ: ବଡ ଖବର । ନବରଙ୍ଗପୁରରେ ଭୁଶୁଡିଲା ପୋଲ । ନିର୍ମାଣଧୀନ ଅବସ୍ଥାରେ ପୋଲ ଭୁଶୁଡିଲା । ଦୁର୍ଘଟଣାରେ ୧ ମୃତ, ୩ ଗୁରୁତର । ମୃତକଙ୍କ ପରିଚୟ ମିଳିନି । ଶ୍ରମିକମାନେ ପୁରୀ ଅଞ୍ଚଳର ସୂଚନା । ସମସ୍ତେ କାମ ସାରି ଘରକୁ ଫେରୁଥିଲେ ।

ତେବେ ନବରଙ୍ଗପୁରରେ ତାଲାପଦର ନିକଟରେ ନିର୍ମାଣାଧୀନ ପୋଲ ଭୁଶୁଡି ୭ ଶ୍ରମିକ ଆହତ ହୋଇଥିଲେ । ସେଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ସମସ୍ତ ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଲାପଦର ନିକଟରେ ଚାଲିଥିଲା ପୋଲ ନିର୍ମାଣ କାମ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିଲା ନିର୍ମାଣ କାମ । ଆଉ ଆଜି ହଠାତ ଅଘଟଣ ଘଟି ଜଣଙ୍କର ଜୀବନ ଯାଇଛି ।