କନକ ବ୍ୟୁରୋ: ବଡ ଖବର । ନବରଙ୍ଗପୁରରେ ଭୁଶୁଡିଲା ପୋଲ । ନିର୍ମାଣଧୀନ ଅବସ୍ଥାରେ ପୋଲ ଭୁଶୁଡିଲା । ଦୁର୍ଘଟଣାରେ ୧ ମୃତ, ୩ ଗୁରୁତର । ମୃତକଙ୍କ ପରିଚୟ ମିଳିନି । ଶ୍ରମିକମାନେ ପୁରୀ ଅଞ୍ଚଳର ସୂଚନା । ସମସ୍ତେ କାମ ସାରି ଘରକୁ ଫେରୁଥିଲେ ।
ତେବେ ନବରଙ୍ଗପୁରରେ ତାଲାପଦର ନିକଟରେ ନିର୍ମାଣାଧୀନ ପୋଲ ଭୁଶୁଡି ୭ ଶ୍ରମିକ ଆହତ ହୋଇଥିଲେ । ସେଥିରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି । ସମସ୍ତ ଶ୍ରମିକଙ୍କୁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଲାପଦର ନିକଟରେ ଚାଲିଥିଲା ପୋଲ ନିର୍ମାଣ କାମ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିଲା ନିର୍ମାଣ କାମ । ଆଉ ଆଜି ହଠାତ ଅଘଟଣ ଘଟି ଜଣଙ୍କର ଜୀବନ ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/10-11.jpg)