କନକ ବ୍ୟୁରୋ: ଗୁଜୁରାଟରେ ପୁଣି ଏକ ବଡ ଅଘଟଣ । ସୁରେନ୍ଦ୍ରନଗର ଜିଲ୍ଲାର ବସ୍ତାଦି ଅଞ୍ଚଳରେ ଏକ ବ୍ରିଜ୍ ଭୁଶୁଡିଯିବାରୁ ଟ୍ରକ୍ ସହ ଅନ୍ୟ ଯାନବାହାନ ନଦୀରେ ଖସିପଡିଛି । ଏଥିରେ ଯାଉଥିବା ୧୦ ଜଣ ଯାତ୍ରୀ ନଦୀର ସୁଅରେ ଭାସିଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ ଅନ୍ୟ ୬ଜଣଙ୍କୁ ଏବେ ଖୋଜା ଜାରୀ ରହିଛି ।
ଜିଲ୍ଲାପାଳ କେ.ସି ସମ୍ପତଙ୍କ କହିବା ଅ୍ରନୁସାରେ ଏହି ବ୍ରିଜ୍ ୪ ବର୍ଷ ପୁରୁଣା । ଏହା ଉପରେ ଯିବା ଆସିବା ଉପରେ ବାରଣ କରାଯାଇଥିଲା । କିନ୍ତୁ ଏହାକୁ ନମାନି ଯାନବାହାନ ଯାଆସ କରୁଥିଲା । ତେବେ ଏକ ଡମ୍ପର ବ୍ରିଜ୍କୁ ପାରି କରିବା ସମୟରେ ବ୍ରିଜ୍ଟି ମଝିରୁ ଭୁଶୁଡିପଡିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/09/gujrat.jpg)