କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପାୱାରକଟ୍ ଯୋଗୁଁ ଭୁଲ ବରଙ୍କୁ ବିବାହ କରିଛନ୍ତି ଦୁଇ ଭଉଣୀ । ଉଜୈନଠାରୁ ପ୍ରାୟ ୨୦ କିଲୋମିଟର ଦୂର ବଡନଗର ତହସିଲର ଅସଲାନା ଗାଁରେ ଘଟିଛି ଏହି ଘଟଣା । ରମେଶଲାଲଙ୍କ ଝିଅ ନିକିତା ଓ କରସ୍ମାଙ୍କର ଦଙ୍ଗୱାରାର ଭୋଳା ଓ ଗଣେଶ ନାମକ ଦୁଇ ଯୁବକଙ୍କ ସହ ବିବାହ ସ୍ଥିର ହୋଇଥିଲା । ଦୁଇଜଣ ଭିନ୍ନ ଭିନ୍ନ ପରିବାରର । ହେଲେ ବିବାହ ସମୟରେ ପାୱାରକଟ ହୋଇଯାଇଥିଲା । କନ୍ୟା ବେଶରେ ଥିବା ଦୁଇ ଭଉଣୀ ସମାନ ପ୍ରକାରର ପୋଷାକ ପିନ୍ଧିଥିଲେ । ମୁଣ୍ଡରେ ଓଢଣୀ ପକାଇଥିଲେ । ତେଣୁ ସେମାନଙ୍କ ବର ସେମାନଙ୍କୁ ଚିହ୍ନିପାରିଲେ ନାହିଁ ।

Advertisment

ବର ଅଦଳବଦଳ ହେବାର ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଜାଣିପାରିଲେ ନାହିଁ । ବିବାହ କରାଇଥିବା ପଣ୍ଡିତ ମଧ୍ୟ ଦୁଇ କନ୍ୟାଙ୍କ ବର ଅଦଳବଦଳ ହେବା ବିଷୟରେ ଜାଣି ପାରିଲେ ନାହିଁ । ବିବାହ ପରେ ଦୁଇ ବର ଯେତେବେଳେ ସେମାନଙ୍କ ନବବଧୂଙ୍କୁ ଘରକୁ ନେଲେ , ସେତେବେଳେ ଏହି ଘଟଣା ବିଷୟରେ ଜଣାପଡିଲା । ଏହା ପରଦିନ ଦୁଇ କନ୍ୟା ଓ ବରଙ୍କର ଉପଯୁକ୍ତ ସାଥୀଙ୍କ ସହ ବିବାହ କରାଯିବାକୁ ସ୍ଥିର ହେଲା । ଏହି ଅଜବ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।