କନକ ବ୍ୟୁରୋ: ମହାରାଷ୍ଟ୍ର ଗଡଚିରୌଲି ଜିଲ୍ଲା ଅହେରୀ ତହସିଲ ମହାଗାଓଁର ଘଟଣା । ଗୋଟିଏ ପରିବାରର ଜଣଙ୍କ ପରେ ଜଣଙ୍କର ଏପରି ୫ଜଣଙ୍କ ମୃତ୍ୟୁ ପୁରା ଅଞ୍ଚଳରେ ହଇଚଇ ସୃ୍ଷ୍ଟି କରିଛି । ଏହି ଡେଥ୍ ମିଷ୍ଟ୍ରି ଉପରେ ପରଦା ଉଠିବା ପରେ ପୁଲିସ ମଧ୍ୟ ଚିକତ ହୋଇଯାଇଛି ।

Advertisment

ଘଟଣାଟି ପୁରା ବିଚକ୍ଷଣ ବୁଦ୍ଧି ସହ ରଚାଯାଇଛି । ମହାଗାଓଁରେ ନିଜ ପରିବାର ସହ ରହୁଥିଲେ ଶଙ୍କର ପିରୁ କୁମ୍ଭାରେ । ପରିବାର କହିଲେ ଦୁଇ ପୁଅ ,ବୋହୂ, ଅନ୍ୟତ୍ର ରହୁଥିବା ବିବାହିତ ଝିଅ ଓ ଶାଳୀ । ଅଚାନକ ଶଙ୍କର ଓ ତାଙ୍କ ପତ୍ନୀ ଅସୁସ୍ଥ ହୋଇପଡିଲେ । ବଡ ପୁଅ ସାଗର ଦିଲ୍ଲୀରୁ ଆସି ପହଞ୍ଚିଥିଲା ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଲା । କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ଦୁର୍ଭାଗ୍ୟ ସେପ୍ଟମ୍ବର ୨୦ ତାରିଖରେ ଶଙ୍କରଙ୍କ ମୃତ୍ୟୁ ହୋଇଥିବାବେଳେ ତା ପରଦିନ ପତ୍ନୀ ବିଜୟାଙ୍କ ପରଲୋକ ହୋଇଗଲା ।

publive-image

ବାପା, ବୋଉଙ୍କ ମୃତ୍ୟୁରେ ଭାଙ୍ଗିପଡିଥିବା ବିବାହିତ ଝିଅ କୋମଲ ଓ ଶଙ୍କରଙ୍କ ଶାଳୀ ଆନନ୍ଦା ଆସି ଶଙ୍କରଙ୍କ ଘରେ କିଛି ରହିବା ପରେ ସେମାନେ ମଧ୍ୟ ଅସୁସ୍ଥ ହୋଇପଡିଲେ । ତାଙ୍କ ସହ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲା ଶଙ୍କରଙ୍କ ସାନ ପୁଅ ରୋସନ୍ । ଅକ୍ଟୋବର ୮ ତାରିଖରେ ଝିଅ କୋମଲ ଚିକିତ୍ସା ସମୟରେ ମୃତ୍ୟୁବରରଣ କରିଥିବାବେଳେ ଅକ୍ଟୋବର ୧୪ରେ ଆନନ୍ଦା ଓ ତା ପରଦିନ ସାନ ପୁଅ ରୋଶନଙ୍କ ମୃତ୍ୟୁ ହୋଇଥିଲା ।

publive-image

ଏହି ଘଟଣାର ପୁଲିସ ପାଖରେ ପହଞ୍ଚିଲା । ପୁଲିସ ଯାଞ୍ଚରୁ ଜଣାପଡିଛି । ସମସ୍ତଙ୍କ ମୃତ୍ୟୁ ଏକପ୍ରକାର ଲକ୍ଷଣ ଯୋଗୁଁ ହୋଇଛି । ପ୍ରଥମେ ଅସସୁ୍, ଏହାପରେ ନିଃଶ୍ୱାସ ନେବାରେ ସମସ୍ୟା ଓ ପରେ ଓଠ କଳାପଡିଯିବା ସହ ମୃତ୍ୟୁ । ଏହାପରେ ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା ଯେ ସମସ୍ଥଙ୍କୁ ଏପରି ଏକ ପ୍ରକାର ସ୍ଲୋ ପଏଜନ୍ ଦିଆଯାଇଥିଲା, ଯାହା ସ୍ୱାଦହୀନ ଏବଂ ଗନ୍ଧହୀନ । ଯାହାକୁ ଖାଦ୍ୟରେ ବା ପାନୀୟରେ ଦିଆଗଲେ ବି କେହି ଜାଣିପାରିବେ ନାହିଁ ।

publive-image

ଏହାପରେ ପୁଲିସ ୪ ଟି ଟିମ୍ ଗଠନ କରି ତନାଘନା ଆରମ୍ଭ କରିଥିଲା । ଏବଂ ଏଥିରେ ସାନ ବୋହୂ ସଂଘମିତ୍ରା ଉପରେ ସନ୍ଦେହ ହୋଇଥିଲା । ତାକୁ ଗିରଫ କରିବା ପରେ ଏଥିରେ ଶଙ୍କରଙ୍କ ଶଳାଭାଉଜ ରୋଜା ରାମଟେକେ ସାମିଲ ଥିବା ଜଣାପଡିବା ପରେ ତାଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା । ପୁଲିସ ଜେରାରେ ଦୁଇ ଅଭିଯୁକ୍ତ ସତ ଓଗାଳିଥିଲେ ।

publive-imageଘଟଣା ହେଉଛି ବୋହୂ ସଂଘମିତ୍ରା ନିଜ ପରିବାର ବିରୋଧରେ ଯାଇ ଶଙ୍କରଙ୍କ ସାନ ପୁଅ ରୋଶନକୁ ବିବାହ କରିଥିଲେ । ଫଳରେ ସଂଘମିତ୍ରାଙ୍କ ବାପା ମାନସିକ ଆଘାତ ପାଇଁ ଆତ୍ମହତ୍ୟା କରିଥିଲେ । ଏହି କଥାକୁ ନେଇ ସ୍ୱାମୀ ଓ ଅନ୍ୟମାନେ କେବେ କେମିତି ତାଙ୍କୁ ଟାହିଟାପରା କରୁଥିଲେ । ଏହାର ପ୍ରତିଶୋଧ ନେବାକୁ ସେ ନିଜ ମାଇଁ ଶାଶୁଙ୍କ ସହ ମିଶି ଷଡଯନ୍ତ୍ର ରଚିଥିବା କହିଥିଲା । ଏହାସହ ଜମି ବିବାଦକୁ ନେଇ ମଧ୍ୟ ଶଙ୍କରଙ୍କ ଶଳା ଭାଉଜ ତାଙ୍କ ପରିବାର ଉପରେ ରାଗ ରଖିଥିଲେ । ତେଣୁ ଦୁହିଁଙ୍କୁ ସୁଯୋଗ ମିଳିଲା । ଏବଂ ଦୁହେଁ ବିଷ ଦେଇ ପୁରା ପରିବାରକୁ ମାରିଦେବାକୁ ନିଷ୍ପତ୍ତି ନେଇଥିଲେ । ଏହି ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଏଥିରେ ଆଉ କାହାର ହାତ ରହିଥିବା ଜାଣିବାକୁ ଅଧିକ ଯାଞ୍ଚ ଜାରି ରଖିଛି ପୁଲିସ ।