କନକ ବ୍ୟୁରୋ: ପାର୍ଲର ଯାଉଥିଲେ ସାବଧାନ୍ । କର୍ଣ୍ଣଟକ ହାସନ ଅଞ୍ଚଳରେ ଏପରି ଘଟଣା ଘଟିଛି ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ଦିନ ମେକଅପ୍ କରାଇବାକୁ ଯାଇଥିଲା କନ୍ୟା । ହେଲେ ମେକଅପ୍ କରିବାର କିଛି ସମୟ ଭିତରେ ତା’ର ଚେହେରା ଏପରି ଭୟଙ୍କର ହୋଇଗଲା ଯେ, ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଗଲା । ଫଳରେ ବିବାହକୁ ସ୍ଥଗିତ ରଖାଯିବା ସହ ପାର୍ଲିର ମାଲିକଙ୍କୁ ଗିରଫ କରାଯାଇ ଜେରା ହୋଇଥିବା ଜଣାପଡିଛି ।

Advertisment

ହାସନର ଅର୍ସିକେର ସହରରେ ଘଟିଥିବା ଏହି ଘଟଣା ଶୁକ୍ରବାର ସାମ୍ନାକୁ ଆସିଛି। ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଜାଜୁର ଗ୍ରାମର ବାସିନ୍ଦା। ପୀଡିତା ୧୦ ଦିନ ତଳେ ସହରର ଗଙ୍ଗାଶ୍ରୀ ହର୍ବାଲ ବିଉଟି ପାର୍ଲର ଆଣ୍ଡ ସ୍ପାରେ ନିଜର ମେକଅପ୍ କରାଇଥିଲେ। ମେକଅପ୍ ପରେ ପୀଡ଼ିତାଙ୍କ ମୁହଁ ଫୁଲି ଯାଇଥିଲା।