ନିଜ ବାହାଘରରେ ମଦ ପିଇ ହଟହଟ୍ଟା ହେଲା ବର। ମଦୁଆ ବରକୁ ଦେଖି ବେଦୀରୁ ଉଠିଗଲା କନିଆଁ। କାନମୁଣ୍ଡା ଆଉଁଷି ଶିଶୁପାଳ ହୋଇ ଫେରିଲେ ଯୁବକ

Advertisment
ନିଜ ବାହାଘରରେ ମଦ ପିଇ ହଟହଟ୍ଟା ହେଲା ବର। ମଦୁଆ ବରକୁ ଦେଖି ବେଦୀରୁ ଉଠିଗଲା କନିଆଁ। କାନମୁଣ୍ଡା ଆଉଁଷି ଶିଶୁପାଳ ହୋଇ ଫେରିଲେ ଯୁବକ

କନକ ବ୍ୟୁରୋ: ନିଜ ବାହାଘରରେ ମଦ ପିଇବା ମହଙ୍ଗା ପଡ଼ିଲା। ମଦ ନିଶାରେ ଚୂର ଥିବା ବରକୁ ଦେଖି ବେଦୀରୁ ଉଠିଗଲେ କନ୍ୟା। ଯିଏ ଯେତେ ଅନୁରୋଧ କଲେ ମଧ୍ୟ ମଦୁଆ ବରକୁ ବାହା ହେବାକୁ ଅମଙ୍ଗ ହେଲେ। ଫଳରେ କାନମୁଣ୍ଡା ଆଉଁଷି ଶିଶୁପାଳ ହୋଇ ଫେରିଲା ବର । କନ୍ୟାର ଏଭଳି ସାହସିକ ପଦକ୍ଷେପ ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ସ୍ଥାନୀୟ ବୁଦ୍ଧିଜୀବୀ ଓ ସଚେତନ ଲୋକେ କନ୍ୟାକୁ ପ୍ରଶଂସା କରିଛନ୍ତି।

publive-image

ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଗୋବର୍ଦ୍ଧନ ବଡ଼ମାଲ ଗ୍ରାମରେ। ସୋମବାର ରାତିରେ ଗ୍ରାମର ଭିକ ଭୁଏଙ୍କ ଦ୍ବିତୀୟ ଝିଅ ମମତାଙ୍କର ନାକଟିଦେଉଳ ବ୍ଲକ ଅଂଚଳର ସୁରେନ୍ଦ୍ର ସହ ବିବାହ ସ୍ଥିର ହୋଇଥିଲା। ନିର୍ଧାରିତ ତିଥି ଅନୁଯାୟୀ, ବର ସହିତ ବରଯାତ୍ରୀ ସହ ଆସି କନ୍ୟାଙ୍କ ଘରେ ପହଞ୍ଚିଥିଲେ। ଭୋଜିଭାତ ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବେଦୀକୁ ଯିବା ବେଳକୁ ବର ସୁରେନ୍ଦ୍ର ମଦ ନିଶାରେ ଟଳଟଳ ହେଉଥିଲେ। ମଝିରେ ମଝିରେ ସେ ବେଦୀରୁ ଗଳି ପଡ଼ୁଥିଲେ।

publive-image

ବେଦୀ ଉପରେ ବର ନିଶାରେ ଥାଇ କନ୍ୟାପକ୍ଷକୁ ଗାଳିଗୁଲଜ ମଧ୍ୟ କରିଥିଲେ। ଏଭଳି ଘଟଣା ଦେଖି କନ୍ୟା ମମତା ବିବାହ ନ କରିବା ପାଇଁ ନିଷ୍ପତ୍ତି ନେଇ ବେଦୀରୁ ଉଠି ଯାଇଥିଲେ। ଶେଷରେ ଜାତିଭାଇଙ୍କ ଉପସ୍ଥିତିରେ ବାହାଘର ବନ୍ଦ ହୋଇଥିଲା। କନ୍ୟା ମମତାଙ୍କୁ ପଚରାଯିବାରୁ ଏଭଳି ମଦ୍ୟପଙ୍କୁ ବିବାହ କରିବେନି ବୋଲି ରୋକ୍‌ଠୋକ୍‌ କହିଥିଲେ। ନିଶା ଉତୁରିବା ପରେ ବର ସୁରେନ୍ଦ୍ର ବିବାହ ପାଇଁ କନ୍ୟାକୁ ନେହୁରା ମଧ୍ୟ ହୋଇଥିଲା। କିନ୍ତୁ ମଦ୍ୟପ ବରକୁ ବିବାହ କରିବେନି ବୋଲି କନ୍ୟା ନିଜ ଜିଦରେ ଅଟଳ ରହିବାରୁ ବର ସୁରେନ୍ଦ୍ର ଶିଶୁପାଳ ହୋଇ ଫେରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe