ବଦଳିଗଲା ପରମ୍ପରା ! ବରପକ୍ଷ ବଦଳରେ କନ୍ୟାପକ୍ଷ ଦାବିକଲେ ଯୌତୁକ । 

31

ବିବାହ ସମୟରେ ବରପକ୍ଷଙ୍କ ଅଧିକ ଯୌତୁକ ଦାବି କାରଣରୁ ଅଧିକାଂଶ ସମୟରେ ବିବାହ ଭାଙ୍ଗିଯାଇଥାଏ । କିନ୍ତୁ ରାୟବରେଲୀରେ ଘଟଣା ହେଲା ଓଲଟା । ଏଠାରେ କନ୍ୟାପକ୍ଷ ତରଫରୁ ବରପକ୍ଷଙ୍କୁ ବାଇକର ଡିମାଣ୍ଡ କରାଗଲା । ସାଇକେଲରେ ବସି ସଂପର୍କୀୟଙ୍କ ଘରକୁ ଯିବା ପାଇଁ ଲଜ୍ଜ୍ୟା ଅନୁଭବ କରୁଥିବା କନ୍ୟା ବରପକ୍ଷକୁ ଯୌତୁକରେ ବାଇକ୍ ଦେବାକୁ କହିଛନ୍ତି । ତେବେ ବାଇକ୍ କାରଣରୁ କନ୍ୟା ଶାଶୁଘରକୁ ୬ ମାସ ହେଲା ନଯାଇ ବାପାଘରେ ରହୁଛନ୍ତି । ଏହି ମାମଲା ଏତେ ସଙ୍ଗୀନ ହେବାକୁ ଲାଗିଲା ଯେ ଘଟଣା ଯାଇ ପୋଲିସ୍ ପାଖରେ ପହଞ୍ଚିଯାଇଛି ।

ଘଟଣାଟି କିଛି ଏପରି ରାୟବରେଲୀର କୋତବାଲୀ କ୍ଷେତ୍ରରେ ଘଟିଛି । ଏଠାରେ ଜଣେ ବିବାହିତା ମହିଳା ଶାଶୁଘର ଲୋକଙ୍କ ଆଗରେ  ବାଇକ୍ ନଥିବା କାରଣରୁ ଘର ଛାଡି ବାପାଘରେ ଆସି ରହୁଛନ୍ତି । ତେବେ ଏପର୍ଯ୍ୟନ୍ତ କେବଳ ବରପକ୍ଷ ଯୌତୁକ ଡିମାଣ୍ଡ କରିଥିବା ଖବର ସାମ୍ନାକୁ ଆସିଥିଲା କିନ୍ତୁ କନ୍ୟାପକ୍ଷ ତରଫରୁ ଡିମାଣ୍ଡ କରିବା ଖବର ପ୍ରଥମ । ଏହି ଖବର ସେଠାକାର ଲୋକଙ୍କୁ ଚକିତ କରିଛି । ସାଇକେଲରେ ବସି ସହର-ବଜାର ଯିବା,ସଂପର୍କୀୟଙ୍କ ଘରକୁ ଯିବାକୁ କନ୍ୟାର ସମ୍ମାନହାନୀ ହେଉଥିବାରୁ ସେ ଏଥିପାଇଁ  ଘରକୁ ବାଇକ୍ ଆଣିବାକୁ କହିଥିଲେ । ଶାଶୁଘରେ ଏହି କଥାକୁ ଗୁରୁତ୍ୱ ନଦେବାରୁ ସେ ୬ମାସ ହେଲା ଘର ଛାଡି ବାପାଙ୍କ ଘରେ ରହୁଛନ୍ତି ।