ବିବାହ ଭୋଜି ଖାଇ ବର-କନ୍ୟା ସମେତ ୧୬୦ରୁ ଅଧିକ ଲୋକ ଅସୁସ୍ଥ : ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି, ଚାଲିଛି ଚିକିତ୍ସା

103

କନକ ବ୍ୟୁରୋ : ବିବାହ ଭୋଜି ଖାଇ ଅସୁସ୍ଥ ବର-କନ୍ୟା । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରାଣୀବସାଣ ଗାଁରେ ବିବାହ ଭୋଜି ଖାଜି ୧୬୦ରୁ ଅଧିକ ଲୋକ ଝାଡ଼ା ବାନ୍ତିରେ ଆକ୍ରନ୍ତ ହୋଇଛନ୍ତି । ଏପରିକି ଝାଡ଼ା-ବାନ୍ତିରେ ବର କନ୍ୟା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଖବର ପାଇ ଏକ ଡ଼ାକ୍ତରୀ ଟିମ୍ ଗାଁକୁ ଯାଇଁ ଅସ୍ଥାୟୀ ଶିବିର ଖୋଲି ଲୋକଙ୍କୁ ଚିକିତ୍ସା ଯୋଗାଇ ଦେଇଛନ୍ତି । ସେପଟେ ଏପର୍ଯ୍ୟନ୍ତ ଝାଡ଼ାବାନ୍ତିର କାରଣ ଜଣାପଡ଼ିନାହିଁ ।