ବିବାହରେ ଛୋଟମୋଟ ଜିନିଷ ଚୋରୀ ହେବା ଘଟଣା କିଛି ନୂଆ ନୁହଁ କିନ୍ତୁ ଆଖି ଆଗରୁ ଟଙ୍କା ବାକ୍ସ ଚୋରୀ ହୋଇଯିବା ଘଟଣା ନିହାତି ମନରେ ଡର ସୃଷ୍ଟି କରିବ । ରାଜଧାନୀ ଦିଲ୍ଲୀରେ ମଧ୍ୟ ଏଭଳି ଏକ ଘଟଣା ଘଟିଛି । ଦିଲ୍ଲୀର କଡକଡଡ୍ଡୁମା କୋର୍ଟରେ ଆୟୋଜିତ ହୋଇଥିବା ଏକ ବିବାହ ସମାରୋହରେ ଗହଳି ଆଳରେ ସମସ୍ତଙ୍କ ଆଖି ଆଗରୁ ୫ ଲକ୍ଷ ଟଙ୍କା ଭର୍ତ୍ତି ଥିବା ବ୍ୟାଗ୍ କୁ ଚୋରାଇନେଲା ସୁଟବୁଟ୍ ପିନ୍ଧିଥିବା ଚୋର । ବର୍ତ୍ତମାନ ପୋଲିସ୍ ଏହି ମାମଲାରେ ଚୋରକୁ ଖୋଜିବାରେ ଲାଗିଛି ।
कडकड़कूमा कोर्ट के पास शादी में सूट बूट में आया चोर,लोग दूल्हा दुल्हन के साथ फोटो खिंचाते रहे और चोर उड़ा ले गया 5 लाख रुपये से भरा बैग pic.twitter.com/RbsgVfj8h7
— Mukesh singh sengar (@mukeshmukeshs) November 16, 2019
ତେବେ ଚୋରୀ କରିବା ସମୟରେ ଗୋଟିଏ ଭିଡିଓରେ ଚୋର ଚୋରୀ କରିଥିବାର ଦୃଶ୍ୟ ରହିଯାଇଛି । ଯାହାକୁ ଆଧାର କରି ପୋଲିସ୍ ଏବେ ଚୋରକୁ ଖୋଜିବାରେ ଲାଗିପଡିଛି । ବର ଏବଂ ବଧୂ ଷ୍ଟେଜ୍ ଉପରେ ପରିଜନଙ୍କ ସହ ଫଟୋ ଉଠାଉଥିବା ସମୟରେ ଚୋରଟି ତାଙ୍କ ଆଖିକୁୁ ଧୋକା ଦେଇ ଲକ୍ଷାଧିକ ଟଙ୍କା ଥିବା ବ୍ୟାଗକୁ ଧରି ଚମ୍ପଟ ମାରିଥିଲା । ତେବେ ଭିଡିଓ ଦେଖିଲେ ଚୋରୀ କରିଥିବା ପିଲା ୧୫ ରୁ ୧୬ ବର୍ଷ ବୋଲି ଜଣାପଡୁଛି ।