କନକ ବ୍ୟୁରୋ: ବିଦ୍ୟୁତ କାଟ ଯୋଗୁଁ ନଷ୍ଟ ହୋଇଗଲା ସିମେଣ୍ଟ । ଅସନ୍ତୋଷ ପ୍ରକାଶ କରି ଟାଟା ପାୱାର ଅଫିସ ଭିତରେ ସିମେଣ୍ଟ ରଖି ପ୍ରତିବାଦ କଲେ ବ୍ୟବସାୟୀ । କେନ୍ଦ୍ରାପଡା ଜିଲ୍ଲାରେ ଥିବା ଟାଟା ପାୱାର ଅଫିସ ଭିତରେ ଇଟା ବ୍ୟବସାୟୀ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥା ବିରୋଧରେ ଏଭଳି ପ୍ରତିବାଦ କରିଛନ୍ତି ।
ଡେରାବିଶ ବ୍ଲକ ଚାନ୍ଦୋଳ ଅଞ୍ଚଳରେ ରତାଡିଆ ଗାଁରେ ରହିଛି ଏହି ଈଟା ଫ୍ୟାକ୍ଟ୍ରି । ବିଦ୍ୟୁତ ଉପଭୋକ୍ତା ବେଆଇନ ଭାବେ ବିଦ୍ୟୁତ କାଟି ଦେଇଥିବା ଅଭିଯୋଗ ରହିଛି । ବିଦ୍ୟୁତ କାଟ କରିବାରୁ ସିମେଂଟ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି । ସେ ବକେୟା ଟଙ୍କାର ଅଧା ଦେଇଥିବା କହିଛନ୍ତି । ହେଲେ ଏହାପରେ ବି ପୁଣି ଟାଟା ପାୱାର ଲାଇନ୍ କାଟି ଦେଇଥିବା ବ୍ୟବସାୟୀ ଅଭିଯୋଗ କରିଛନ୍ତି । ତେଣୁ ଅନେକ ଇଟା ନଷ୍ଟ ହୋଇଯାଇଥିବା ସେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/31-11.jpg)