କନକ ବ୍ୟୁରୋ: ସରକାରୀ ହସ୍ପିଟାଲରେ ଲାଂଚ କାରବାର । ପ୍ରସବ ପରେ ନର୍ସଙ୍କ ଟଂକାବଂଟାର ଚିତ୍ର ଏବେ ସାମ୍ନାକୁ ଆସିଛି । କୁହାଯାଉଛି ପ୍ରସବ ପରେ ନର୍ସମାନେ ଏହି ଟଂକା ଆଦାୟ କରିଛନ୍ତି । ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରୁ ଆସିଛି ଏହି ଟଂକା କାରବାରର ଚିତ୍ର । ଯେଉଁଥିରେ ନର୍ସମାନେ ଆଦାୟ ଟଂକାକୁ ପରସ୍ପର ମଧ୍ୟରେ ବାଂଟୁଥିବା ଦେଖିବାକୁ ମିଳିଛି । ରାଜ୍ୟରେ ମହିଳାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି । ପ୍ରସବ ସମୟରେ ଯେଉଁଭଳି ପ୍ରସୂତୀ ଟଂକା ଖର୍ଚ୍ଚ ନକରିବେ ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଛନ୍ତି ସରକାର । ହେଲେ ହସ୍ପିଟାଲରେ ପ୍ରସବ ପରେ ନର୍ସମାନଙ୍କର ଟଂକା କାରବାର ଚିତ୍ର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୀମଭୋଇ ମେଡିକାଲ କଲେଜର ମେଡିକାଲ ସୁପରିଟେଣ୍ଡେଂଟ ସବିତା ପଣ୍ଡା । ସେ ଘଟଣାକୁ ନିନ୍ଦା କରିଛନ୍ତି । ଲାଂଚ କାରବାର ମାମଲା ସାମ୍ନାକୁ ଆସିବାପରେ ସଂପୃର୍କ ନର୍ସଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି । ଏଥିସହ ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp