ଚାକିରି ପାଇଁ ଲାଞ୍ଚ କାରବାର । ପାଚିକା ଚାକିରିକୁ ୭୫ ହଜାର, କନକ ନ୍ୟୁଜ୍ ହାତରେ ଲାଗିଲା କ୍ରୀଡ଼ା ଶିକ୍ଷକଙ୍କ ଚାକିରି କେଳେଙ୍କାରୀର ପୂରା ସତ ।

515

କନକ ବ୍ୟୁରୋ: ଟଙ୍କା ଦେଲେ ଚାକିରି ମିଳିବ, କନକ ନ୍ୟୁଜ୍ ହାତରେ ଲାଗିଲା ଲାଂଚ କାରବାରର ପୂରା ଅଡ଼ିଓ ଟେପ୍ । ନାଁ ଅମର ଆନନ୍ଦ ପଟ୍ଟନାୟକ । ସୁନ୍ଦରଗଡ ଜିଲ୍ଲା ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ । ହେଲେ ସାରଙ୍କ ନାଁରେ ଆସିଛି ଲାଂଚ କାରବାରର ସାଂଘାତିକ ଅଭିଯୋଗ । ସ୍କୁଲର ପାଚିକା ପଦବୀ ପାଇଁ ୭୫ ହଜାର ଟଙ୍କା ଲାଂଚ ନେଇଛନ୍ତି କ୍ରୀଡ଼ା ଶିକ୍ଷକ ।

ଫୋନ୍- ଅମର ଆନନ୍ଦ ପଟ୍ଟନାୟକ, କ୍ରୀଡା ଶିକ୍ଷକ ଓ ସଂଜୟ ମାଝୀ, ଲାଂଚ ଦେଇଥିବା ବ୍ୟକ୍ତି

ଫୋନରେ ଟଙ୍କା ଦେଇପାରିବେ ନାହିଁ ବୋଲି ଯୁବକ ନେହୁରା ହେଲେ । ହେଲେ କ୍ରୀଡା ଶିକ୍ଷକ ବାରମ୍ବାର କହୁଥିଲେ, ଟଙ୍କା ନଦେଲେ ଚାକିରି ହରାଇବ । ୭୫ ହଜାର ଟଙ୍କା ସହ ମଦ ଓ ଭୋଜି ମଧ୍ୟ ଦେବାକୁ କହୁଛନ୍ତି କ୍ରୀଡା ଶିକ୍ଷକ ।

ମାଆଙ୍କ ମୃତ୍ୟୁ ପରେ ସେ କରୁଥିବା ପାଚିକା ଚାକିରି ପାଇଁ ଆବେଦନ କରିଥିଲେ ନମିତା । ତେବେ ସେତେବେଳେ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅମର ଆନନ୍ଦ ପଟ୍ଟନାୟକ ଚାକିରି ପାଇଁ ୭୫ ହଜାର ଟଙ୍କା ଦାବି କରିଥିଲେ । ବହୁ କଷ୍ଟରେ ୨୭ ହଜାର ଟଙ୍କା ଦେବା ପରେ ନମିତାଙ୍କୁ ଚାକିରି ମିଳିଛି । ହେଲେ ଏହାପରେ ମଧ୍ୟ ବଳକା ଟଙ୍କା ଦେବାକୁ ଦାବି କରୁଛନ୍ତି ସଂପୃକ୍ତ କ୍ରୀଡା ଶିକ୍ଷକ ।

ବଡ କଥା ହେଉଛି, ନମିତାଙ୍କୁ ଏବେ ଚାକିରି ମିଳିଯାଇଛି । ତେବେ ସେ ସମୟରେ ଚାକିରି ପାଇଁ ହୋଇଥିବା ଲାଂଚ କାରବାରର ଅଡିଓ ଏବେ ଭାଇରାଲ ହୋଇଛି । ଏବଂ ସାମ୍ନାକୁ ଆସିଯାଇଛି କ୍ରୀଡା ଶିକ୍ଷକଙ୍କ କାରସାଦି । ଅଭିଯୋଗ ଆସିଥିବା କ୍ରୀଡା ଶିକ୍ଷକଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ  ଏବେ ଅପେକ୍ଷା କାର୍ଯ୍ୟାନୁଷ୍ଠାନକୁ ।