କନକ ବ୍ୟୁରୋ : ବସ ମାଲିକଙ୍କ ଅଭିଯୋଗ ଦାଦାବଟି ମାଗୁଛନ୍ତି ଦାଦା । ନହେଲେ କହୁଛନ୍ତି ବସରେ ପାସେଞ୍ଜର ଚଢାଇ ଦେବେ ନାହିଁ । ଏନେଇ ଥାନାରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି ସତ କିନ୍ତୁ କିଛି ବସ ମାଲିକଙ୍କ ମନରୁ ଭୟ ଛାଡିନି । ବରଂ ବଟି ଦେଇ ଶାନ୍ତିରେ ରହିବାକୁ ପସନ୍ଦ କରୁଛନ୍ତି । ସେପଟେ ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ବିରୋଧରେ ଏନଏସଏ ବା ଜାତୀୟ ନିରାପତା ଆଇନର ଧାରା ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଅନ୍ୟପକ୍ଷରେ ଦାଦାବଟି ଉପରେ ଅଙ୍କୁଷ ଲଗାଇବା ପାଇଁ କମିଶନରେଟ ପୋଲିସ ଜାରି କରିଛି ହେଲପଲାଇନ ନମ୍ବର । ହେଲ୍ପ ଲାଇନ ନମ୍ବର ୯୯୩୮୯୧୦୦୦୦ ଜାରି କରାଯାଇଛି । ଏସଏମସ, ଟେଲିଗ୍ରାମ, ମେସେଜ ଜରିଆରେ ଜଣାଇ ପାରିବେ ଲୋକେ । ଲୋକେ ଚାହିଁଲେ ତାଙ୍କ ନାଁ ଗୁପ୍ତ ରଖାଯିବ ବୋଲି କହିଛନ୍ତି ପୋଲିସ ଡିଜି ।
ପୂର୍ବରୁ ଦାଦା ବଟିକୁ ନା ଅଭିଯାନ ଆରମ୍ଭ କରିଥିଲା କମିସନରେଟ ପୋଲିସ । ଏହି ଅଭିଯାନ ଆଧାରରେ ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିରେ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ରହିଛି । ତେଣୁ ଏବେ ଏହାକୁ ଆହୁରି ଜୋରଦାର କରିଛି ପୋଲିସ ।