କନକ ବ୍ୟୁରୋ : କୋଭିଡ ଟିକା ପାଇଁ ଲାଂଚ କାରବାର । ମୋବାଇଲରୁ ମୋବାଇଲ ଘୁରି ବୁଲୁଛି କରୋନା ଟିକା ପାଇଁ ଲାଂଚ କାରବାରର ଭିଡିଓ । ବାଲେଶ୍ୱର ବାଲିଆପାଳ ବ୍ଲକ ପ୍ରତାପପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବା ପାଇଁ ଲାଂଚ ନିଆ ଯାଉଥିବା ଦେଖିବାକୁ ମିଳିଛି ।
ଜଣେ ଠିକା ସଂସ୍ଥାର ଚତୁର୍ଥ ଶ୍ରେଣୀ କର୍ମଚାରୀ ଟଙ୍କା ନେଉଛନ୍ତି. ଆଉ ଗୋଟିଏ କାଗଜରେ ମୋବାଇଲ ନମ୍ବର ଅଉ କାହା ନାମରେ ଟିକା ଦିଆଯିବ ବୋଲି ପଚାରି ଲେଖି ରଖୁଛନ୍ତି । ସରକାର ଅବଶ୍ୟକ ଟିକା ଯୋଗାଇ ପାରୁନଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଟିକା ଉପଲବ୍ଧ ହୋଇ ପାରୁନାହିଁ । ଫଳରେ ଟିକା ନେବା ପାଇଁ ଡାକ୍ତରଖାନା ଆଗରେ ଲୋକଙ୍କ ଭିଡ ହେଉଛି ଆଉ ଏହାର ଫାଇଦା ଉଠାଉଛନ୍ତି ଅସାଧୁ ଅଧୀକାରୀ । ଅର୍ଥ ଲୋଭରେ ପଡି ସରକାରଙ୍କ ସବୁ ନିୟକକୁ ଫୁ କରି ଉଡାଇ ଦେଉଛନ୍ତି । ଲୋକଙ୍କ ଠାରୁ ଅର୍ଥ ଶୋଷଣ କରୁଛନ୍ତି ।
ଯିଏ ଲାଂଚ ଦେବ ସିଏ ଟିକା ପାଇବ, ଯିଏ ଲାଂଚ ନ ଦେଇ ପାରିବ ସିଏ ଘଂଟା ଘଂଟା ଧରି ଧାଡିରେ ଠିଆ ହୋଇ ଟିକା ନପାଇ ଶେଷରେଘରକୁ ଫେରୁଥିବା ଅଭିଯୋଗ ହୋଇଛି । ସେପଟେ ଏ ସମ୍ପର୍କରେ ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧୀକାରୀ ନିଉଶ୍ରୀ ପାଣି କହିଛନ୍ତି, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।