ସଚିନଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିପାରିବେ କି କୋହଲି । ୱେଷ୍ଟ ଇଣ୍ଡିଜ ପୂର୍ବତନ କ୍ରିକେଟର ବ୍ରାଏନ୍ ଲାରାଙ୍କ ବୟାନକୁ ନେଇ ଚର୍ଚ୍ଚା

1,334

କନକ ବ୍ୟୁରୋ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ରେକର୍ଡକୁ ଭାଙ୍ଗିସାରିଛନ୍ତି ବିରାଟ କୋହଲି । ବିଶ୍ୱର ପ୍ରଥମ ଖେଳାଳି ଭାବେ ଦିନିକିଆରେ ଶତକରେ ଅର୍ଦ୍ଧଶତକ ମାରିଛନ୍ତି ବିରାଟ । କୋହଲି ଚଳିତ ବର୍ଷ ବିଶ୍ୱକପରେ ମୁମ୍ବାଇଇ ୱାଙ୍ଖଡେ ଷ୍ଟାଡିୟମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୫୦ ତମ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିଥିଲେ । ସଚିନ ଦିନିକିଆରେ ୪୯ ଟି ଶତକ ମାରିଥିବା ବେଳେ ବିରାଟ ୫୦ ଟି ଶତକ ମାରିଛନ୍ତି । କିନ୍ତୁ କ୍ରିକେଟରେ ସବୁ ଫର୍ମାଟରେ ମୋଟ ୧୦୦ ଶତକ ମାରିବାର ରେକର୍ଡ ସଚିନଙ୍କ ନାଁରେ ଅଛି । କୋହଲି ଏବେ ମୋଟ ୮୦ଟି ଶତକ ମାରିଛନ୍ତି । ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ହେଲେ କୋହଲିଙ୍କୁ ଆହୁରୀ ୨୧ ଟି ଶତକ ଦରକାର ।

କୋହଲି ଏବେ ୩୫ ବର୍ଷରେ ପଦାର୍ପଣ କରିଛନ୍ତି । ନୂଆ ଖେଳାଳି ଆସୁଥିବାରୁ ଟି-୨୦ କ୍ରିକେଟରୁ ବୟସ୍କ ଖେଳାଳିଙ୍କୁ ଅବସର ନେବାକୁ ଚାପ ମଧ୍ୟ ପଡୁଛି । ଏଭଳି ସ୍ଥିତିରେ କୋହଲି ଆହୁରୀ ୨୧ ଶତକ ମାରି ସଚିନଙ୍କ ରେକର୍ଡ ଭାଙ୍ଗିବା ସହଜ ହେବନି ବୋଲି କହିଛନ୍ତି ୱେଷ୍ଟ୍ ଇଣ୍ଡିଜ୍ କ୍ରିକେଟର ବ୍ରାଏନ ଲାରା ।

ବିଶ୍ୱକପ ଫାଇନାଲର ଭାରତକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । କିନ୍ତୁ ଏହାର କିଛି ଦିନ ପରେ ଖେଳାଯାଇଥିବା ଟି-୨୦ ସିରିଜରେ ଅଷ୍ଟ୍ରେଲିଆକୁ ୩-୨ରେ ହରାଇଥିଲା ଭାରତ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ନୂଆ ଖେଳାଳୀମାନେ ଭଲ ପଦର୍ଶନ କରିଥିଲେ । ବିଶେଷକରି ବ୍ୟାଟର ଯଶସ୍ୱୀ ଜୟସ୍ୱାଲ, ଇସାନ କିଶାନ, ରୁତୁରାଜ ଗାଇକ୍ୱାଡ୍, ଶୁଭମନ ଗିଲ, ରିଙ୍କୁ ସିଂ ଚତ୍ମକାର ପ୍ରଦର୍ଶନ କରିଥିଲେ । ଏପରି ସ୍ଥିତିରେ ବିରାଟଙ୍କ ପାଇଁ ଟି-୨୦ ଦଳରେ ସ୍ଥାନ ପାଇବା କଠିନ ହୋଇପାରେ । ଲାରା କହିଛନ୍ତି, କୋହଲିଙ୍କର ଏବେ ୩୫ ବର୍ଷ, ସେ ୮୦ ଶତକ ମାରିଛନ୍ତି, ଓ ସଚିନଙ୍କ ରେକର୍ଡ ଭାଙ୍ଗିବାକୁ ତାଙ୍କୁ ୨୧ ଶତକ ଦରକାର । ଯଦି କୋହଲି ବର୍ଷକୁ ୫ ଟି ଲେଖାଏଁ ଶତକ ମାରନ୍ତି ୪ ବର୍ଷରେ ୨୦ ଶତକ ମାରିପାରିବେ । ସେତେବେଳକୁ ୩୯ ବର୍ଷ ହୋଇଯାଇଥିବ । ସେତେବେଳେ ଶତକ ମାରିବା କୋହଲିଙ୍କ ପାଇଁ ଅତି କଠିନ ହୋଇପାରେ ।

ସଚିନ ଦିନିକିଆରେ ୪୯ ଟି ଶତକ ମାରିଥିବା ବେଳେ ଟେଷ୍ଟରେ ୫୧ ଟି ଶତକ ମାରିଛନ୍ତି । ବିରାଟ ଦିନିକିଆରେ ୫୦ , ଟେଷ୍ଟରେ ୨୯, ଟି-୨୦ରେ ଗୋଟିଏ ଶତକ ମାରିଛନ୍ତି । କୋହଲି ଏବେ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ରହିଥିଲେ ମଧ୍ୟ ଆହୁରୀ ୨୧ ଶତକ ମାରିବା କଷ୍ଟକର ବୋଲି କୁହାଯାଉଛି ।