କନକ ବ୍ୟୁରୋ : ବିଶ୍ୱର ଜଣେ ମାରାତ୍ମକ ବୋଲର ବ୍ରେଟ ଲି ଏବେ ସଚିନଙ୍କୁ ନେଇ ଖୋଲିଛନ୍ତି କିଛି ନୂଆ ଗୁମର । ବ୍ରେଟ ଲି କହିଛନ୍ତି ,ସଚିନଙ୍କୁ ଆଉଟ କରିବା ପରେ ଯେଉଁ ଶବ୍ଦ ଶୁଭୁଥିଲା ତାହା ତାଙ୍କୁ ଆତ୍ମସନ୍ତୋଷ ଦେଉଥିଲା । ତେବେ ଅଂପାୟାର ଯେତେବେଳେ ନୋ ବଲ କହିଦେଉଥିଲେ ସେହି ଶବ୍ଦ ତାଙ୍କୁ ପସନ୍ଦ ହେଉନଥିଲା । ଗ୍ଲୋବାଲ ହିୟରିଂ ପ୍ରୋଜେକ୍ଟର ଆମ୍ବାସଡର ଥିବା ବ୍ରେଟ ଲି ପିଲାମାନଙ୍କ ସହ ଆଲୋଚନା କଲାବେଳେ ଏହା କହିଛନ୍ତି ।
‘ସଚିନଙ୍କୁ ଆଉଟ୍ କଲେ ଆତ୍ମସନ୍ତୋଷ’ ବ୍ରେଟ ଲି ନିଜ କ୍ୟାରିୟରରେ ୭୬ଟି ଟେଷ୍ଟ ମ୍ୟାଚ ଖେଳି ୩୧୦ଟି ଉଇକେଟ ନେଇଥିଲେ । ୨୦୦୮ରେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି ଲି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/sachin.jpg)