ଇଂଲଣ୍ଡ ଟେଷ୍ଟ ଟିମର ମୁଖ୍ୟ କୋଚ ବ୍ରେଣ୍ଡନ ମ୍ୟାକୁଲମ । ନୂଆ ଅଧିନାୟକ ପରେ କୋଚ ନିଯୁକ୍ତ କଲା ଇସିବି । ଦାୟିତ୍ୱ ପାଇଁ ଖୁସି ଜାହିର

190

କନକ ବ୍ୟୁରୋ : ଇଂଲଣ୍ଡ ଟେଷ୍ଟ ଟିମର ହେଡ କୋଚ ନିଯୁକ୍ତ ହୋଇଛନ୍ତି ବ୍ରେଣ୍ଡନ ମ୍ୟାକୁଲମ । ଟ୍ୱିଟ କରି ଏନେଇ ସୂଚନା ଦେଇଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ନ୍ୟୁଜିଲାଣ୍ଡର ଏହି ସଫଳ ବ୍ୟାଟରଙ୍କୁ ଇଂଲଣ୍ଡ ଟେଷ୍ଟ ଟିମର କୋଚ ଦାୟିତ୍ୱ ମିଳିଛି । ବର୍ତ୍ତମାନ ମ୍ୟାକୁଲମ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ମୁଖ୍ୟକୋଚ ଦାୟିତ୍ୱ ତୁଲାଉଛନ୍ତି ।

ଚଳିଚ ମାସର ଶେଷରେ ଇଂଲଣ୍ଡ ପହଞ୍ଚି ଦାୟିତ୍ୱ ନେବେ । କୋଲକାତା ଆଇପିଏଲରେଆଉ ୨ଟି ମ୍ୟାଚ ଖେଳିବା ବାକି ରହିଛି । ମେ ୧୮ରେ ଦଳ ତାର ଶେଷ ମ୍ୟାଚ ଖେଳିବ । ମ୍ୟାଚ ପରେ ସେ ସିଧା ଇଂଲଣ୍ଡ ଯାଇ ଦଳ ସହ ଯୋଗଦେବେ । ଆଗକୁ ସେ ।ଉ କେକେଆରର କୋଚ ଦାୟିତ୍ୱ ତୁଲାଇନପାରନ୍ତି ।

୪୦ ବର୍ଷୀୟ ମ୍ୟାକୁଲମ ଜୁନ ମାସରୁ ଏହି ନୂଆ ଦାୟିତ୍ୱ ତୁଲାଇବେ । ସବୁଠାରୁ ବଡ କଥା କୋଚ ଭାବେ ତାଙ୍କର ପ୍ରଥମ ସିରିଜ ନିଜ ଦେଶ ନ୍ୟୁଜିଲାଣ୍ଡ ବିରୋଧରେ । ୨ ଜୁନରୁ ଇଂଲଣ୍ଡ ନ୍ୟୁଜିଲାଣ୍ଡ ବିରୋଧରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । କିଛି ଦିନ ପୂର୍ବରୁ ଖରାପ ପ୍ରଦର୍ଶନ କାରଣରୁ କୋଚ କ୍ରିସ ସିବ୍ଲରଗୁଡଙ୍କୁ ବରଖାସ୍ତ କରାଯାଇଛି । ଜୋ ରୁଟ ମଧ୍ୟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଅଲରାଉଣ୍ଡର ବେନ ଷ୍ଟୋକସଙ୍କୁ ଅଧିନାୟକ କରାଯାଇଛି ।

ମ୍ୟାକୁଲମ ନିଜର ନୂଆ ନିୟୁକ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ନୂଆ ଦାୟିତ୍ୱ ପାଇ ମୁଁ ଖୁସି । ଶୀଘ୍ର ଇଂଲଣ୍ଡ ଟିମ ସହ ଯୋଡି ହୋଇ କାମ କରିବା ପାଇଁ ଚାହୁଁଛି । ମୋତେ ଏନେଇ ଅନେକ ଚ୍ୟାଲେଞ୍ଜର ସାମ୍ନା କରିଛନ୍ତି । ମୋର ବିଶ୍ୱାସ ଅଛି ଯେ ମୁଁ ଏହି ଚ୍ୟାଲେଞ୍ଜକୁ ନେଇ ଭଲ କାମ କରିପାରିବି ।