କନକ ବ୍ୟୁରୋ: ସାତକୋଶିଆ ପାଇଁ ଖୁସିର ଖବର । ପୁଣି ଥରେ ୩୫ଟି ଘଡିଆଳ ଶାବକଙ୍କ ଜନ୍ମକ ହୋଇଛି । ସାତକୋଶିଆ ଗଣ୍ଡରେ ମାଆ ସହ ଏହି ଛୁଆ ଘଡିଆ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଲୁପ୍ତ ହେବାକୁ ଯାଉଥିବା ଏହି ଘଡିଆଳ ସଂଖ୍ୟା ବଢୁଥିବାରୁ ଖୁସି ଦେଖିବାକୁ ମିଳିଛି । ହେଲେ ଛୁଆ ମାନଙ୍କ ସୁରକ୍ଷା ଆହୁରି ଚିନ୍ତା ବଢାଉଛି । ସାତକୋଶିଆ ଗଣ୍ଡରେ ୨୦୨୧ରେ ୨୫ଟି ଅଣ୍ଡା ଦେଇଥିଲ । ୨୦୨୨ରେ ମଧ୍ୟ ଘଡ଼ିଆଳ ୩୦ଟି ଅଣ୍ଡା ଦେଇଥିଲା । ଏବେ ପୁଣି ୩୫ଟି ଅଣ୍ଡା ଦେଇଥିବା ନେଇ ଘଡିଆଳ ବଂଶବୃଦ୍ଧି ହେଉଥିବା ଜଣାପଡିଛି । ହେଲେ ଏହି ଛୁଆ ବିଭିନ୍ନ ସମୟରେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏବେ କିନ୍ତୁ ଏହି ଘଡିଆଳ ଛୁଆ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି ।

Advertisment

ମାଆ କୁମ୍ଭୀର କୋଳରେ ଛୁଆ ସବୁ ଖେଳୁଥିବାର ଦୃଶ୍ୟ ସାମନାକୁ ଆସିଛି । ଛୁଆ ଗୁଡିକ ମଝିପଡ଼ା-ବଳଦମରା ନିକଟରେ ମହାନଦୀ କୂଳରେ ଖେଳୁଛନ୍ତି । ଛୁଆ ମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ କଡା ନଜର ରଖାଯାଇଛି । ସେଥିପାଇଁ ଏକ ମନିଟରିଂ ଟିମ୍ ମଧ୍ୟ କରାଯାଇଛି । ଏକ ଦେଶୀ ଡଙ୍ଗାରେ ୨୪ ଘଂଟିଆ ଯାଂଚ କରାଯାଉଛି ।
ସାତକୋଶିଆରେ ଘଡିଆଳ କୁମ୍ଭୀର ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଏବେ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି ।