ନାକ ନୁହେଁ ବେକରେ ନିଃଶ୍ୱାସ। ଏମ୍ସରେ ହେଲା ବିରଳ ଅସ୍ତ୍ରୋପଚାର।

531

କନକ ବ୍ୟୁରୋ: ଜଗତସିଂହପୁରର ୨୫ ବର୍ଷିୟା ଆଇଶା । ଗଳାରେ ହୋଇଥିଲା କ୍ୟାନସର । ଗଳା ନଷ୍ଟ ହେବା ସହ କଥା କହିବା ଅସମ୍ଭବ ହୋଇପଡିଥିଲା । ବଞ୍ଚିବାର ଆଶା ଚାଲିଯାଥିଲା । ଡାକ୍ତର ବି କହିଥିଲେ ଶେଷ ସମୟ ବୋଲି । ଆଉ ବଞ୍ଚିବାର ରାହା ଖୋଜୁଥିବା ଆଇଶାଙ୍କୁ ନୂଆ ଜୀବନ ଦେଇଛନ୍ତି ଭୁବନେଶ୍ୱର ଏମ୍ସର ଡାକ୍ତରୀ ଟିମ । ଡାକ୍ତରଙ୍କ କହିବା କଥା ହେଲା, ଅସ୍ତ୍ରୋପଚାର ବହୁତ ବିପଦଜନକ ଥିଲା । କିନ୍ତୁ ଆଇଶାଙ୍କ ସଫଳ ଅସ୍ତ୍ରୋପଚାର କରିପାରିଛନ୍ତି ଡାକ୍ତର । ତାଙ୍କର ଭଏସ ବକ୍ସ, ଏୟାର ପାଇପ ବା ଖାଦ୍ୟ ନଳୀ, ଏପରିକି ଥାଇରଏଡ ଗ୍ଲାଣ୍ଡ୍ ଶରୀର ଭିତରୁ କଢାଯାଇ ରି କନଷ୍ଟ୍ରକସନ କରାଯାଇଛି । ଅନ୍ତନଳୀଙ୍କୁ ବି କଢାଯାଇ ରି କନଷ୍ଟ୍ରକ୍ସନ ହୋଇଛି । ଫଳରେ ରୋଗୀ ସୁସ୍ଥ ଅଛନ୍ତି ଓ ଖାଦ୍ୟ ପଟେ ଖାଇପାରୁଛନ୍ତି । ବେକ ପଟେ ନିଶ୍ୱାସ ପ୍ରଶ୍ୱାସ ଚାଲିଛି ।

ଓଡିଶା ଇତିହାସରେ ପ୍ରଥମ !
ଅପରେସନ ପାଇଁ ଲାଗିଥିଲା ୧୨ରୁ ୧୪ ଘଣ୍ଟା
ଗଳା କ୍ୟାନସରର ଏଭଳି ଅସ୍ତ୍ରୋପଚାର ଓଡିଶା ଇତିହାସରେ ପ୍ରଥମ ବୋଲି କୁହାଯାଉଛି ।
-ପ୍ରଥମେ ଆଇଶାଙ୍କ ତଣ୍ଟି ଦରଜ ହୋଇଥିଲା
-ଗଳା ମୋଟା ହେବା ସହ ସ୍ୱର ବି ଶୁଭିନଥିଲା
-କଥା କହିବା ସମ୍ଭବ ହୋଇପାରିନଥିଲା

ପରିବାର ଲୋକେ ବିଭିନ୍ନ ହସପିଟାଲ ବୁଲି ନିରାଶ ହୋଇଥିଲେ । ଶେଷରେ ଏଣ୍ଡୋସ୍କପି କରିବା ପରେ ଗଳା କ୍ୟାନସର ହୋଇଥିବା ଜଣାପଡିଥିଲା । ଏମ୍ସରେ ଭର୍ତି ହେବା ପରେ ଡାକ୍ତରୀ ଟିମ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିଲେ । ଏହି ଅପରେସନ ଏତେ ସହଜ ନଥିଲା । ତେବେ ୧୦ଜଣିଆ ଡାକ୍ତରୀ ଦଳ ପ୍ରାୟ ୧୨ରୁ ୧୪ ଘଂଟାର ଧରି ଅପରେସନ କରିଥିଲେ । ବର୍ତମାନ ଆଇଶା ସୁସ୍ଥ ଅଛନ୍ତି । ଆଉ ନୂଆ ଜୀବନ ଦେଇଥିବା ଡାକ୍ତରଙ୍କୁ ଧନ୍ୟବାଦ ଦେଇଛନ୍ତି ପରିବାର ଲୋକ ।