କରୋନାକୁ ନେଇ ଭଲ ଖବର…ରାଜ୍ୟରେ କମିଲା ଦୈନିକ ସଂକ୍ରମଣ । ମାଡି ଚାଲିଥିବା ସଂକ୍ରମଣରେ ସାମାନ୍ୟ ବ୍ରେକ ।

677

କନକ ବ୍ୟୁରୋ : କରୋନା ସଂକ୍ରମଣ ବୃଦ୍ଧି ଭିତରେ ଆସିଛି ଆଶ୍ୱସ୍ତିକଲା ଭଳି ଖବର । ରାଜ୍ୟରେ ଓ ଦେଶରେ କରୋନା ମିଟର ଉପରମୁହାଁ ରହିଥିଲେ ବି ଗତିରେ ସାମାନ୍ୟ ବ୍ରେକ୍ ଲାଗିଛି । ସେହିପରି ଆର ଭ୍ୟାଲୁ ମଧ୍ୟ କମ୍ ହୋଇଛି । ବିଶେଷକରି ମୁମ୍ବାଇ ଭଳି ସହରରେ ଆର ଭ୍ୟାଲୁ ୨ ତଳକୁ ଖସି ଆସିଛି । ଯାହାକି ଗତ କିଛି ଦିନ ପୂର୍ବରୁ ୪ ଥିଲା । ଅର୍ଥାତ ଜଣେ ସଂକ୍ରମିତ ସର୍ବାଧିକ ୪ଜଣଙ୍କୁ ସଂକ୍ରମିତ କରିପାରୁଥିସେ । କିନ୍ତୁ ଏବେ ୨ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଆଗକୁ ଏହା ଆହୁରି କମିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

ରାଜ୍ୟରେ କମିଲା ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ୬ଶହ କମ ସଂକ୍ରମିତ ଚିହ୍ନଟ । ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଥିଲେ ବି ଯେଉଁ ହାରରେ ବଢ଼ି ଚାଲିଥିଲା ସେଥିରେ ରୋକ୍ ଲାଗିଛି । ରବିବାର ୧୧ ହଜାର ୧୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ସୋମବାର ୧୦ ହଜାର ୪୮୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ଅପେକ୍ଷା ସୋମବାର ୬୮୮ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ କରୋନା ସଂକ୍ରମଣର ଆର ଭ୍ୟୁାଲୁ କମ ହୋଇଛି । ଯାହାକି ଏକ ଆଶ୍ୱସ୍ତିକର ଖବର । ତେବେ ଏବେର ଟ୍ରେଣ୍ଡକୁ ଦେଖି କିଛି ଆକଳନ କରି ହେବ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଦେଶରେ ୨୪ଘଣ୍ଟାରେ ୨ ଲକ୍ଷ ୫୮ ହଜାର ୮୯ ନୂଆ ମାମଲା ଚିହ୍ନଟ ହୋଇଛି । ୩୮୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଯାହାକି ରବିବାର ଅପେକ୍ଷା ୧୩ ହଜାର ୧୧୩ କମ୍ । ତେବେ ଅଧିକଥର ମ୍ୟୁଟେଟ୍ କରୁଥିବାରୁ ଓମିକ୍ରନ ଦୃତ ଗତିରେ ସଂକ୍ରମିତ କରୁଛି ବୋଲି ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତେବେ ରାଜ୍ୟର ଖୋର୍ଦ୍ଧା ସୁନ୍ଦରଗଡରେ ସଂକ୍ରମଣ ବଢ଼ୁଥିବାରୁ ସତର୍କ ରହିବାକୁ ପଡିବ ।