ରାଜସ୍ଥାନ ଯୋଧପୁରରେ ୧୪୪ ଧାରା ଲାଗୁ: ଏକାଠି ହୋଇପାରିବେନି ୫ରୁ ଅଧିକ ଲୋକ , ରାଜ୍ୟକୁ କରୋନା ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

12

କନକ ବ୍ୟୁରୋ: ଅନ୍ୟ ରାଜ୍ୟରେ କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ରାଜସ୍ଥାନର ଯୋଧପୁର ଜିଲ୍ଲାରେ ୧୪୪ ଧାରା ଲାଗୁ ହୋଇଛି । ଏହାବ୍ୟତୀତ ଅନ୍ୟ ଜିଲ୍ଲା ମାନଙ୍କରେ କୌଣସି ସ୍ଥାନରେ ୫ରୁ ଅଧିକ ଲୋକଙ୍କ ସମାଗମ ଉପରେ କଡା ନିୟମ ଲାଗୁ ହୋଇଛି ।ଏହି ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯିବ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନା ମୁତାବକ, ରାଜସ୍ଥାନରେ କରୋନା ନିୟନ୍ତ୍ରଣରେ ରହିଛି ।ଏହାର ତୃତୀୟ ଲହର ଯେପରି ରାଜ୍ୟରେ କାୟା ବିସ୍ତାର ନକରୁ ସେଥିପାଇଁ ଏଠାରେ ସମସ୍ତ ସାମାଜିକ, ରାଜନୈତିକ, ମନୋରଂଜନ, ଶିକ୍ଷା ସମ୍ପର୍କିତ, ଧାର୍ମିକ କାର୍ଯ୍ୟରେ ଜନ ସମାଗମ ବନ୍ଦ ରହିବ । ଗୁରୁବାର ମୁଖ୍ୟମନ୍ତ୍ରୀ ଗେହଲଟ୍ ଏହି ଘୋଷଣା କରିବା ପରେ ଏବେ ନିଜ ବୃତ୍ତିକୁ ନେଇ ପୁଣିଥରେ ଚିନ୍ତାରେ ରାଜ୍ୟବାସୀ । ରାଜସ୍ଥାନରେ ଗତ କିଛି ସପ୍ତାହ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି । ଏପରିକି ଏଥିରେ କାହାରି ମୃତ୍ୟୁ ହୋଇନାହିଁ । ରାଜ୍ୟରେ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟ ୯୯% ରୁ ଅଧିକ ଯାହା ସନ୍ତୋଷ ଜନକ । ତେଣୁ ରାଜ୍ୟକୁ କରୋନା ମୁକ୍ତ କରିବାକୁ କିଛି ଇଲାକାରେ ୧୪୪ ଧାରା ଜାରି କରାଯାଇଥିବା ଗେହଲଟ୍ ଟ୍ୱିଟ୍ କରିଛନ୍ତି ।