କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ କାମକୁ କେହି ରୋକିପାରିବେ ନାହିଁ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଆଇନ ଅନୁସାରେ ପ୍ରକଳ୍ପ କାମ ଆଗେଇ ଚାଲିଛି । ତେଣୁ ପ୍ରକଳ୍ପ କାମକୁ କେହି ରୋକିପାରିବେ ନାହିଁ ବୋଲି କହିଛନ୍ତି ପିନାକୀ । ମାମଲା ବିଚାରଧୀନ ରହିଛି, ଏ ପ୍ରସଙ୍ଗରେ ଆଉ ଅଧିକ କିଛି କହିାବ ଠିକ୍ ନୁହେଁ । ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଏନେଇ ନିଷ୍ପତ୍ତି ହେବ । ମହାପ୍ରଭୁଙ୍କର ଯାହା ଇଚ୍ଛା ତାହା ହେବ । ଶୀଘ୍ର କାମ ସରିବ ନେଇ ଆମେ ଚାହୁଁଛୁ । କୌଣସି ବ୍ୟକ୍ତି ଏଥିରେ ବାଧାଦେଇପାରିବେ ନାହିଁ ।