କନକ ବ୍ୟୁରୋ: କ୍ୟାମେରାପର୍ସନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ଆଜି ପୁଣିଥରେ ହୋଇପାରେ ସିନ୍ ରିକ୍ରିଏସନ । ଆଜି ରିମାଣ୍ଡର ଚତୁର୍ଥ ଦିନରେ ଏହି ଘଟଣାର ମୁଖ୍ୟ କାରପଟଦାର ଶର୍ମିଷ୍ଠା ରାଉତଙ୍କ ସହ ଅନ୍ୟ ଅଭିଯୁକ୍ତିଙ୍କୁ କ୍ରାଇମ୍ ସ୍ପଟକୁ ନିଆଯାଉଥିବା ସୂଚନା ମିଳିଛି । ଯଦିଓ ସେମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନକୁ ନିଆଯାଉଛି ତାହା ପୋଲିସ ସ୍ପଷ୍ଟ କରିନାହିଁ ହେଲେ ସେମାନଙ୍କୁ ଚାନ୍ଦବାଲି ଅଭିମୁଖେ ନିଆଯାଉଥିବା ଜଣାପଡିଛି ।
ଅଜି ଶର୍ମିଷ୍ଠାଙ୍କ ସହ ଅଛନ୍ତି ଅନ୍ୟ ୪ଜଣ ଅଭିଯୁକ୍ତ । ସେମାନେ ହେଲେ ନିରଂଜନ ସେଠୀ, ଝୁନା ଭୋଇ ଓ ରଂଜନ ନାୟକ । ଏମାନଙ୍କୁ ଆଜି କ୍ରାଇମ ସ୍ପଟକୁ ନିଆଯାଇ ସେଠାରେ ପୁଣିଥରେ ସିନ୍ ରିକ୍ରିଏସନ୍ ହୋଇପାରେ ବୋଲି ସୂଚନା ରହିଛି ।
ଏହା ପୂର୍ବରୁ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ଅପହରଣ, ହତ୍ୟା, ଶବ ପୋତିବା ଠାରୁ ଆରମ୍ଭ କରି ପ୍ରମାଣ ନଷ୍ଟ ପାଇଁ ହୋଇଥିବା କାରସାଦିର ଗୁମର ଖୋଲିଛି ଅଭିଯୁକ୍ତ ରଂଜନ ନାୟକ । ମୃତଦେହକୁ ପୋତି ଦେବା ପରେ ଯେଉଁ ସ୍ଥାନରେ ବ୍ୟବହୃତ ସାମଗ୍ରୀକୁ ନଷ୍ଟ କରାଯାଇଥିଲା, ରଂଜନକୁ ସେହି ସ୍ଥାନକୁ ନେଇ ସିନ୍ ରିକ୍ରିଏସନ୍ କରିବା ସହ ଜବତ ସାମଗ୍ରୀର ଚିହ୍ନଟ କରିସାରିଛି କ୍ରାଇମବ୍ରାଂଚ ।