ଇସ୍ରାଏଲରେ ଅଛନ୍ତି ୧୮ ହଜାର ଭାରତୀୟ, ସୁରକ୍ଷା ଚିନ୍ତାରେ ସରକାର

Advertisment
ଇସ୍ରାଏଲରେ ଅଛନ୍ତି ୧୮ ହଜାର ଭାରତୀୟ, ସୁରକ୍ଷା ଚିନ୍ତାରେ ସରକାର

କନକ ବ୍ୟୁରୋ: ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି। ତେବେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗଯୋଗରେ ଅଛି। ତେବେ ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକ ଏବଂ ପର୍ୟ୍ୟଟକ ସେମାନଙ୍କୁ ସୁରକ୍ଷିତ ଭାବେ ଇସ୍ରାଏଲରୁ ନେଇଯିବା ପାଇଁ ତେଲ୍‌ ଅବିବସ୍ଥିତ ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି। ଇସ୍ରାଏଲରେ ଅନେକ ଭାରତୀୟ କାମ କରୁଛନ୍ତି। ଅନେକ ଛାତ୍ର, ଆଇଟି ବୃତ୍ତିଧାରୀ ଏବଂ ହୀରା ବ୍ୟବସାୟୀ ମଧ୍ୟ ଅଛନ୍ତି। ଇସ୍ରାଏଲ ଯାଇଥିବା କିଛି ବ୍ୟବସାୟୀ ମଧ୍ୟ ଫସି ଯାଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାପାଇଁ ସେମାନେ ଅନୁରୋଧ କରିଛନ୍ତି।ଇଊଠଋଜଞଓଝଋଗଋଘଞ

ଶନିବାର ଦିନ ତେଲ୍‌ ଅବିବସ୍ଥିତ ଭାରତୀୟ ମିସନ୍‌ ଏବଂ ପାଲେଷ୍ଟାଇନ ସ୍ଥିତ ଭାରତୀୟ ପ୍ରତିନିଧି ଅଫିସ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ଏକ ନିର୍ଦ୍ଦେଶାବଳି ଜାରି ‌ହୋଇଥିଲା । ଭାରତୀୟ ନାଗରିକ ସତର୍କ ରହିବାପାଇଁ ଏହି ନିର୍ଦ୍ଦେଶାବଳିରେ କୁହାଯାଇଥିଲା ଏବଂ ଏଥିସହ କୌଣସି ପ୍ରକାର ଜରୁରୀ ସ୍ଥିତିରେ ଅଫିସ ସହ ସିଧାସଳଖ ଯୋଗାଯୋଗ କରିବାକୁ କୁହାଯାଇଛି। ଦୂତାବାସ ଅଧିକାରୀମାନେ କହିଛନ୍ତି, ସେମାନେ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ସବୁ ସମୟରେ ଉପଲବ୍ଧ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe