ଦିବ୍ୟାଙ୍ଗ ଅଟୋଚାଳକଙ୍କ ଝିଅ ହେଲେ ବିଚାରପତି । ବାପାଙ୍କ କଥା କହୁ କହୁ କାନ୍ଦି ପକାଇଲେ ଶିବାନୀ

ଦିବ୍ୟାଙ୍ଗ ଅଟୋଚାଳକଙ୍କ ଝିଅ ହେଲେ ବିଚାରପତି । ବାପାଙ୍କ କଥା କହୁ କହୁ କାନ୍ଦି ପକାଇଲେ ଶିବାନୀ

କନକ ବ୍ୟୁରୋ: ନିକଟରେ ପଞ୍ଜାବର ଜଣେ ଝିଅ ଏମିତି କମାଲ କରି ଦେଖାଇଛନ୍ତି। ଯେଉଁଥିପାଇଁ ତାଙ୍କ ପରିବାର ଗର୍ବ କରୁଛନ୍ତି। ଏହି ଝିଅ ଜଣକ ପଞ୍ଜାବରେ ବସବାସ କରନ୍ତି। ତାଙ୍କ ବାପା ଜଣେ ଦିବ୍ୟାଙ୍ଗ। ଦିବ୍ୟାଙ୍ଗ ହୋଇ ବି ସେ ଅଟୋ ଚଲାଇ ଝିଅକୁ ମଣିଷ କରିବାା ପାଇଁ ଖୁବ ପରିଶ୍ରମ କରିଛନ୍ତି ବଲଜିତ ସିଂହ ବିଟ୍ଟୁ। ବାପାଙ୍କ ପରିଶ୍ରମର ଫଳ ମିଳିଯାଇଛି। କାରଣ ଦିବ୍ୟାଙ୍ଗ ଅଟୋ ଚାଳକଙ୍କ ଝିଅ ଜଜ୍ ସାହେବାଣୀ ହୋଇଯାଇଛନ୍ତି।

ପଞ୍ଜାବର କପୁରତାଲାର ବସ୍ତି ଅଞ୍ଚଳରେ ମହୁଲ୍ଲା ମହତାବ ଗଢ଼ରେ ରହୁଥିବା ଶିବାନୀ ପଞ୍ଜାବ ସିଭିଲ ସେବାତ ପରୀକ୍ଷା ୨୦୨୩ରେ ଉତ୍ତୀର୍ଣ୍ଣ ହୋଇ ନିଜ ପରିବାର ସହିତ ଅଞ୍ଚଳର ନାମ ରଖିଛନ୍ତି।

ଏହି ସଫଳତା ପାଇବା ପରେ ଶିବାନୀ ଭାବବିହ୍ୱଳ ହୋଇ କହିଛନ୍ତି, ‘ମୁଁ ପ୍ରତ୍ୟେକ ପରିସ୍ଥିତି ଦେଇ ଗତି କରିଛି। ଘରେ ସର୍ବଦା ଆର୍ଥିକ ସଙ୍କଟ ଲାଗି ରହିଥାଏ, ଯାହାକି ଏକ ଗରିବ ପରିବାରରେ ସବୁବେଳେ ରହିଥାଏ। କିନ୍ତୁ ବାପା ଆମ ପ୍ରତି କେବେ ହେଳା କରି ନାହାନ୍ତି। ସେ ଜଣେ ଦିବ୍ୟାଙ୍ଗ। ଏହା ସତ୍ତ୍ବେ ସେ ଅଟୋ ଚଳାଇ ଆମକୁ ପାଳିପୋଷି ବଡ଼ କରିଛନ୍ତି। ବାପାଙ୍କ ଏହି କଷ୍ଟକୁ ଦେଖି ମୁଁ ପିଲଟି ଦିନରୁ ମନ ଦେଇ ପାଠପ‌ଢ଼େ। କାରଣ ମୋର ଇଚ୍ଛା ଥିଲା ଭଲ ପାଠପଢ଼ି ଭଲ ଚାକିରିଟିଏ କରିବି। ଯେବେଠାରୁ ମୁଁ ବିଚାରପତି ଆସନରେ ବସିବି ଉଚିତ ନ୍ୟାୟ କରିବି। ମୋର ନଜରରେ ଧନୀ ଗରିବ ସମସ୍ତେ ସମାନ ରହିବେ। ତେବେ ଯାଇ ଲୋକଙ୍କ ବିଚାରପତିଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe