କନକ ବ୍ୟୁରୋ: ପ୍ରୋଟୋକଲ ଭାଙ୍ଗିଲେ ଲୋକଙ୍କୁ ହାତହଲାଇ ଅଭିବାଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନ ବନ୍ଦରରୁ ରାଜଭବନ ଯିବା ବାଟରେ ପ୍ରଟୋକଲ ଭାଙ୍ଗି ଗାଡିରୁ ଓହ୍ଲାଇଥିଲେ ରାଷ୍ଟ୍ରପତି । ରାସ୍ତାରେ ଚାଲିଚାଲି ସେ ଲୋକଙ୍କ ଅଭିବାଦନ ଗ୍ରହଣ କରୁଥିଲେ । ଲୋକେ ବି ପ୍ରଥମ ନାଗରିକଙ୍କୁ ପାଖରେ ପାଇ ବେସ ଖୁସି ଅନୁଭବ କରିଥଲେ ।
ତିନି ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ରାଜଭବନରେ ଅତୁଟ ବନ୍ଧନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତାକାଲି କଟକରେ ମା’ ଚଣ୍ଡୀଙ୍କ ଦର୍ଶନ ସହ ହାଇକୋର୍ଟ ୭୫ ତମ ପୂର୍ତି ଉତ୍ସବରେ ଉଦ୍ବୋଧନ ଦେବେ । ସେହିପରି ଗୁରୁବାର ଭୁବନେଶ୍ୱର ତମାଣ୍ଡୋରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/vlcsnap-2023-07-25-18h55m31s535.png)