News State
ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆରବିଆଇ) ଗଭର୍ଣ୍ଣର ଉର୍ଜ୍ଜିତ ପଟେଲଙ୍କ ଇସ୍ତଫା ପରେ କେନ୍ଦ୍ର ସରକାରକୁ ପୁଣି ଥରେ ଝଟକା ଲାଗିଛି । ଉର୍ଜ୍ଜିତ ପଟେଲଙ୍କ ପରେ ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ତଥା ସ୍ତମ୍ଭକାର ସୁରଜୀତ୍ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ମତାଧିକାରୀ ପରିଷଦର ପାର୍ଟ ଟାଇମ୍ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଅର୍ଥଶାସ୍ତ୍ରୀ ତଥା କଲମନିଷ୍ଟ ସୁରଜୀତ୍ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ମତାଧିକାରୀ ପରିଷଦ (ଇଏସି-ପିଏମ୍) ପଦରୁ ଇସ୍ତଫା ଦେଇଛନ୍ତି । ସେ ଏହି ପରିଷଦରୁ ଅଳ୍ପକାଳିକ ସଦସ୍ୟ ଥିଲେ । ଭଲ୍ଲା ମଙ୍ଗଳବାର ଟ୍ୱିଟରରେ ଏହାର ସୂଚନା ଦେଇଥିଲେ । ତେବେ ସୂଚନାନୁସାରେ ଭଲ୍ଲା ଡିସେମ୍ବର ୧ ତାରିଖରେ ହିଁ ଇସ୍ତଫା ଦେଇଥିଲେ । ଏପର୍ଯ୍ୟନ୍ତ ଇସ୍ତଫାର କାରଣ ଜଣା ପଡିନାହିଁ ।
ସୁରଜୀତ୍ ଭଲ୍ଲା କିଏ ?
ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀ ଏବଂ ସ୍ତମ୍ଭକାର ସୁରଜୀତ୍ ଭଲ୍ଲା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଉପଦେଶକାରୀ ପରିଷଦର ଜଣେ ପାର୍ଟ ଟାଇମ୍ ସଦସ୍ୟ ।
Follow Us
/kanak/media/post_attachments/wp-content/uploads/2018/12/surjeet-bhalla_2018121110422409_650x-300x202.jpg)