Paytmକୁ RBIର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଅଙ୍କୁଶ । ଫେବୃଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ ଫାସ ଟ୍ୟାଗରେ ଟଙ୍କା ଜମା କରିପାରିବେନି ଗ୍ରାହକ ।

Advertisment
Paytmକୁ RBIର ଝଟକା । ପେମେଣ୍ଟ ବ୍ୟାଙ୍କ ଉପରେ ଅଙ୍କୁଶ । ଫେବୃଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ ଫାସ ଟ୍ୟାଗରେ ଟଙ୍କା ଜମା କରିପାରିବେନି ଗ୍ରାହକ ।

କନକ ବ୍ୟୁରୋ: ବଡ ଖବର, ଦେଶର ପ୍ରାୟ ୨୭ କୋଟି ଲୋକ ବ୍ୟବହାର କରୁଥିବା ଡିଜିଟାଲ ପେମେଂଟ ଆପ୍ ‘ପେ-ଟିଏମ’ ବନ୍ଦ ହୋଇପାରେ । ଏପରି ଖବର ଶୁଣି ଆପଣ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ପେ-ଟିଏମ ୱାଲେଟରେ ଥିବା ଆପଣଙ୍କ ଟଙ୍କା ସୁରକ୍ଷିତ ରହିବ ଏବଂ ଏଥିରେ ଥିବା ସଂଚୟକୁ ଆପଣ ଯେମିତି ଖର୍ଚ୍ଚ କରୁଥିଲେ ସେମିତି ଖର୍ଚ୍ଚ କରିପାରିବେ । ମାତ୍ର ସଂଚୟ ଶେଷ ହୋଇଯିବା ପରେ ଆଉ ଜମା କରିପାରିବେ ନାହିଁ ।

ଦେଶର ସମସ୍ତ ବ୍ୟାଙ୍କିଙ୍ଗ ଓ ଅଣବ୍ୟାଙ୍କିଙ୍ଗ ସଂସ୍ଥାକୁ ନିୟନ୍ତ୍ରିତ କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପେ-ଟିଏମ ସଂସ୍ଥା ଉପରେ କଟକଣା ଲଗାଇଛି । ଆରବିଆଇ ପକ୍ଷରୁ କୁହାଯାଇଛି ଯେ, ଫେବ୍ରୁଆରୀ ୨୯ ତାରିଖ ପରେ ପେ-ଟିଏମ ସଂସ୍ଥା ଆଉ ଏହାର ଗ୍ରହକଙ୍କ ଠାରୁ ଟଙ୍କା ଗ୍ରହଣ କରିପାରିବ ନାହିଁ । ଆରବିଆଇ ଦ୍ୱାରା ନିର୍ଦ୍ଧାରିତ ନିୟମକୁ ମାନିନଥିବାରୁ ଏହି କଟକଣା ଲଗାଯାଇଛି । ତେଣୁ ଫେବ୍ରୁଆରୀ ୨୯ ପରେ ଆକାଉଣ୍ଟ, ୱାଲେଟ୍ କିମ୍ବା ଫାସଟ୍ୟାଗ କୌଣସି ଉପାୟରେ ବି ପେ-ଟିଏମ ଗ୍ରାହକଙ୍କ ଠାରୁ ଟଙ୍କା ଗ୍ରହଣ କରିବ ନାହିଁ । ଆଉ କୌଣସ ନୂଆ ଗ୍ରାହକ ମଧ୍ୟ ପେ-ଟିଏମ ସହ ଯୋଡିହେବେ ନାହିଁ ।

ତେବେ ନଜର ପକାନ୍ତୁ ପେ-ଟିଏମ ସଂସ୍ଥାର ଇତିହାସ ଉପରେ
- ଦେଶର ପ୍ରଥମ ଡିଜିଟାଲ ପେମେଂଟ ଆପ୍ ପେ-ଟିଏମ
- ବିଜୟ ଶେଖର ଶର୍ମା ଏହାର ପ୍ରତିଷ୍ଠାତା
- ୨୦୧୦ ଅଗଷ୍ଟରେ ଦେଶରେ ଲଞ୍ଚ ହୋଇଥିଲା ପେ-ଟିଏମ ପେମେଂଟ ଆପ୍
- ୨୦୧୪ରେ ପେ-ଟିଏମ ୱାଲେଟ୍ ଲଂଚ ହେଲା
- ଦେଶରେ ଏହାର ପ୍ରାୟ ୨୭ କୋଟି ଗ୍ରାହକ ଅଛନ୍ତି
- ୨୦୧୮ ଓ ୨୦୨୨ରେ ମଧ୍ୟ ପେ-ଟିଏମ କାରବାର ଉପରେ ଆରବିଆଇ ଆପତ୍ତି କରିଥିଲା
- ପୂର୍ବରୁ ପେ-ଟିଏମ ସଂସ୍ଥା ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୩ଥର କାର୍ଯ୍ୟାନୁଷ୍ଠାନ ନେଇ ସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe