ସାଙ୍ଘାତିକ ହେଉଛି ଯାଜପୁର ସ୍ଥିତି । ଏକାଥରେ ଚିହ୍ନଟ ହେଲେ ଆଉ ୧୪ କରୋନା ଆକ୍ରାନ୍ତ । ନୂଆ ପଜିଟିଭ ଚିହ୍ନଟ ପରେ ଏବେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୬କୁ ବୃଦ୍ଧି

1,541

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ରାଜ୍ୟ ପାଇଁ ବଡ ଖବର । ଯାଜପୁରରେ ଚିହ୍ନଟ ହେଲେ ଆଉ ୧୪ କରୋନା ଆକ୍ରାନ୍ତ । ଜିଲ୍ଲାରେ ଏକାଥରେ ୧୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ । ନୂଆ ୧୪ ଜଣଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୬ ଛୁଇଁଲା ।

ତେବେ ଆଜି ସକାଳେ ୩ ଜଣ ଆକ୍ରାନ୍ତ ଯାଜପୁରରୁ ଚିହ୍ନଟ ହୋଇଥିଲେ । ସକାଳେ ୩ ଏବଂ ବର୍ତ୍ତମାନ ୧୪ ଜଣ ଚିହ୍ନଟ ପରେ ଆଜି ଗୋଟିଏ ଦିନରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭କୁ ବଢିଛି । ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

ସେପଟେ ଯାଜପୁରରେ ନୂଆ ୧୪ ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟରେ ବଢିଲା ପଜିଟିଭ ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧୪୨ରେ ପହଞ୍ଚିଲା । ତେବେ ମୋଟ ପଜିଟିଭ ମାମଲାରୁ ସକ୍ରିୟ କେସ୍ ୧୦୨ ଥିବା ବେଳେ ୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।