ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’ : ଘଣ୍ଟାପ୍ରତି ୮ କିଲୋମିଟର ବେଗରେ କରୁଛି ଗତି

Advertisment
ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’ : ଘଣ୍ଟାପ୍ରତି ୮ କିଲୋମିଟର ବେଗରେ କରୁଛି ଗତି

କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’ । ବାତ୍ୟା ‘ମୋକା’ର ରୂପ ନେଲା ସକ୍ରିୟ ଗଭୀର ଅବପାତ । ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ମୋକା ଉତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଆଜି ମଧ୍ୟରାତ୍ରି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ ।

ଆସନ୍ତାକାଲି ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ୧୪ ପୂର୍ବାହ୍ନରେ ବାଂଲାଦେଶ-ମିଆଁମାର ମଧ୍ୟରେ ଉପକୂଳ ଛୁଇଁପାରେ । ଉପକୂଳ ଛୁଇଁବା ବେଳେକୁ ଦୁର୍ବଳ ହୋଇଯାଇଥିବ ବାତ୍ୟା ‘ମୋକା’ । ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୨୦ରୁ ୧୩୦ ରହିପାରେ । ସ୍ଥଳ ବିଶେଷରେ ସର୍ବାଧିକ ୧୪୫ କିଲୋମିଟର ରହିପାରେ । ବାତ୍ୟା ବାଂଲଦେଶ-ମିଆଁମାର ମୁହାଁ ହେଉଥିବାରୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe