କନକ ବ୍ୟୁରୋ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୋକା’ । ବାତ୍ୟା ‘ମୋକା’ର ରୂପ ନେଲା ସକ୍ରିୟ ଗଭୀର ଅବପାତ । ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୮ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ମୋକା ଉତର ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ଆଜି ମଧ୍ୟରାତ୍ରି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେଇପାରେ ।
ଆସନ୍ତାକାଲି ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ୧୪ ପୂର୍ବାହ୍ନରେ ବାଂଲାଦେଶ-ମିଆଁମାର ମଧ୍ୟରେ ଉପକୂଳ ଛୁଇଁପାରେ । ଉପକୂଳ ଛୁଇଁବା ବେଳେକୁ ଦୁର୍ବଳ ହୋଇଯାଇଥିବ ବାତ୍ୟା ‘ମୋକା’ । ଏହି ସମୟରେ ପବନର ଘଣ୍ଟା ପ୍ରତି ବେଗ ୧୨୦ରୁ ୧୩୦ ରହିପାରେ । ସ୍ଥଳ ବିଶେଷରେ ସର୍ବାଧିକ ୧୪୫ କିଲୋମିଟର ରହିପାରେ । ବାତ୍ୟା ବାଂଲଦେଶ-ମିଆଁମାର ମୁହାଁ ହେଉଥିବାରୁ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/6-12.jpg)