କୋଭିଡ଼ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା : ଉପସ୍ଥିତ ରହିବେ ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀ

174

କନକ ବ୍ୟୁରୋ : କୋଭିଡ଼ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସାଢେ ୧୧ଟାରେ ଏନେଇ ଏକ ସମୀକ୍ଷା ବୈଠକ ହେବ । ଏଥିରେ ମୁଖ୍ୟ ଶସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ରାଜ୍ୟରେ କୋଭିଡ଼ ସ୍ଥିତି କିପରି ରହିଛି ସେନେଇ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ସେପଟେ, ଲଗାତର ତୃତୀୟ ଦିନ ପାଇଁ ୨ ହଜାର ତଳେ ରାଜ୍ୟରେ ଦୈନିକ ସଂକ୍ରମଣ । ୨୪ ଘଂଟାରେ ଆଉ ୧୯୧୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୧୮ ପଜିଟିଭ୍ ହୋଇଥିବା ବେଳେ କଟକରୁ ୨୫୬ ନୂଆ ସଂକ୍ରମିତ ହୋଇଛନ୍ତି । ପୁରୀରୁ ଆଉ ୧୧୮ ପଜିଟିଭ୍ ହୋଇଛନ୍ତି । ଏହି ତିନି ଜିଲ୍ଲାକୁ ଛାଡି ଦେଲେ ଅନ୍ୟ କୌଣସି ଜିଲ୍ଲାରେ ୧୦୦ ଉପରକୁ ନୂଆ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ସେହିପରି ୬୯ମୃତ୍ୟୁର ହିସାବ ଦେଇଛନ୍ତି ସରକାର ।