୧ ଟଙ୍କାରେ ଜଳଖିଆ , ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ । ଗରିବ ଲୋକଙ୍କ ପାଇଁ ଅନ୍ନଦାତା ସାଜିଛନ୍ତି କିନ୍ନର । ଖୋଲିଛନ୍ତି ‘ଆମ୍ମା ରଷୋଇ’

940

ଏହି ମହାଙ୍ଗା ଜମାନାରେ ୧ ଟଙ୍କାରେ ବ୍ରେକଫାଷ୍ଟ୍ ଓ ୧୦ ଟଙ୍କାରେ ଲଞ୍ଚ୍  କରିବା ସ୍ୱପ୍ନ । କିନ୍ତୁ ୫ ହଜାରରୁ ଅଧିକ କିନ୍ନର ସଂଗଠନ ଏକ ରୋଷେଇ ଶାଳା ଆରମ୍ଭ କରିଛନ୍ତି । ଯାହାର ନାଁ ଦିଆଯାଇଛି ‘ଆମ୍ମା ରଷୋଇ’ । ତାଜୁବର କଥା ହେଉଛି ଏହି ରୋଷେଇ ଶାଳାରେ ପ୍ରତିଦିନ ୭୦୦ ରୁ ଅଧିକ ଲୋକ ଖାଇବାକୁ ଆସିଥାନ୍ତି । ମହଙ୍ଗା ଯୁଗରେ ମାନବିକତାର ମିସାଲ୍ ଦେଉଥିବା ଏହି ସଂଗଠନ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି । ଗରିବ , ଦୁଃଖୀରଙ୍କିଙ୍କ ପାଇଁ ଏହି ଆମ୍ମା ରଷୋଇ କେଉଁ ଅନ୍ନପୂର୍ଣ୍ଣାଠାରୁ କମ୍ ନୁହଁ ।

କୌଣସି ରାଜନେତା ଏବଂ ସରକାରୀ ଏଜେନ୍ସିଙ୍କ ସହାୟତା ବିନା ଏହି ରଷୋଇ ଚାଲୁଅଛି । ଖ୍ୱାହିସ୍ ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ଏହାର ଖର୍ଚ୍ଚ ଉଠାଉଥିବା ବେଳେ ନିଜ ରୋଜଗାରର ୧ ଟଙ୍କା ସେମାନେ ରଷୋଇ ପାଇଁ ଦାନ କରନ୍ତି । ଅନେକ ଲୋକ ଏହି ମହତ୍ କାମକୁ ଦେଖି ଚାଉଳ , ପରିବା , ଡ଼ାଲି ସାମଗ୍ରୀ ସ୍ୱଇଚ୍ଛାରେ ଯୋଗାଇ ଦେଇଯାଆନ୍ତି । କରୋନା କାଳରେ ଲୋକଙ୍କ କଷ୍ଟ ଦେଖି କିନ୍ନର ସଂଘଠନ ଏଭଳି ଏକ ମହତ୍ ପଦକ୍ଷେପ ନେବାକୁ ଚିନ୍ତା କରିଥିଲା । ଖାଲି ଗରିବ ଶ୍ରେଣୀର ଲୋକ ନୁହଁ ଆଖପାଖ ହସ୍ପିଟାଲରେ ଥିବା ରୋଗୀଙ୍କ ସଂପର୍କୀୟ ମଧ୍ୟ ଏଠାକୁ ଖାଇବା ପାଇଁ ଆସିଥାନ୍ତି ।

ରଷୋଇ ଚଲାଉଥିବା ମୁଖ୍ୟ କିନ୍ନର ପୁନମ୍ ସିଂ କୁହନ୍ତି , କରୋନା ସମୟରେ ଲୋକଙ୍କ କଷ୍ଟ ଦେଖି ଆମକୁ ବହୁତ ଦୁଃଖ ଲାଗିଥିଲା । ସେ ସମୟରେ ଏତେ ରୋଜଗାର ଆମର ନଥିଲା ଯେ ଗରିବଙ୍କୁ ଖାଦ୍ୟ ଯୋଗାଇପାରିବୁ । ଯେତେବେଳେ ସଂଗଠନର ସାହାଯ୍ୟ ମିଳିଲା ଲୋକଙ୍କୁ ସେବା ଯୋଗାଇବା ପାଇଁ ଆମେ ଆଗେଇଆସିଲୁ । ଏବେ ଯେତେବେଳେ କେହି ଖାଇସାରିବା ପରେ ଧନ୍ୟବାଦ ଜଣାଉଛନ୍ତି ଅନ୍ତରରୁ ଖୁବ୍ ଶାନ୍ତି ମିଳୁଛି