ଖରାପ ଅଭ୍ୟାସରେ ଲଗାନ୍ତୁ ବ୍ରେକ । ଦୂର କରିବାକୁ ଆପଣାନ୍ତୁ ଏହି ଉପାୟ 

54

ପ୍ରକୃତିରୁ ହିଁ ମନୁଷ୍ୟକୁ ଚିହିଁ ହୁଏ । ଖରାପ ଅଭ୍ୟାସ ମନୁଷ୍ୟର ସୃଜନଶୀଳତା ପାଇଁ ବିଷ ପରି ହୋଇଥାଏ । ଯାହା ମନୁଷ୍ୟର ପ୍ରକୃତିକୁ ନଷ୍ଟ କରିଦେଇଥାଏ । ଖରାପ ଅଭ୍ୟାସ ସହଜରେ ପାଖ ଛାଡେ ନାହଁ । କିନ୍ତୁ ଖରାପ ଅଭ୍ୟାସକୁ ଯୋଜନାବଦ୍ଧ ଭାବେ ଓ ଅଧ୍ୟବସାୟ ବଳରେ ଦୂରେଇ ରଖାଯାଇପାରିବ ।

ଆସନ୍ତୁ ଜାଣିବା କିପରି ଦୂର କରିବେ ଖରାପ ଅଭ୍ୟାସ 

– ବାହାନା କରିବା ଛାଡି ଦିଅନ୍ତୁ କାରଣ ବାହାନା କରିବା ଲୋକ ସବୁବେଳେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ବାହାନା କରିବା ଏକ ଖରାପ ଅଭ୍ୟାସ । ଜୋରଡାନ ବେଲଫୋର୍ଟଙ୍କ କହିବା ଅନୁସାରେ କିଛି ନ କରିପାରିବାର କାହାଣୀ ବ୍ୟକ୍ତି ଏବଂ ବ୍ୟକ୍ତିର ଲକ୍ଷ୍ୟ ମଧ୍ୟରେ ଆସିଥାଏ । ଯଦି ଆପଣ ମନରୁ କିଛି କରିବା ପାଇଁ ଚାହୁଁଛନ୍ତୁ ତେବେ ଆପଣଙ୍କୁ କେହି ରଖି ପାରିବେ ନାହିଁ । ଯେଉଁ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ନିଜ କନଫର୍ଟ ଜୋନରୁ ବାହାରି ନାହିଁ ସେ ପର୍ଯ୍ୟନ୍ତ ସେ ନିଜକୁ ପରଫେକ୍ଟ କରିବାର ଆଶା ରଖିବା ଉଚିତ ନୁହେଁ । କୌଣସି ବ୍ୟକ୍ତି ପରଫେକ୍ଟ ନୁହଁନ୍ତି । ପରଫେକ୍ସନ ଏକ ଭୁଲ ଧାରଣା ତେଣୁ ଯଥା ସମ୍ଭବ ଏଥିରୁ ଦୂରେଇ ରୁହନ୍ତୁ ।

– ନିଜର ଭଲ ଅଭ୍ୟାସକୁ ଚିହଁନ୍ତୁ । ଫୋନ ବ୍ୟକ୍ତିର ସୃଜନଶୀଳତାକୁ ନଷ୍ଟ କରିଥାଏ । ଜଣେ ବ୍ୟକ୍ତି ଯେତିକି ସମୟ ଇଂଟରନେଟ ଓ ଗେମ ଖେଳିବାରେ ନଷ୍ଟ କରିଥାଏ ସେତିକି ସମୟରେ ଜଣେ ଦୁନିଆ ବିଷୟରେ ଅନେକ ସୂଚନା ହାସିଲ କରିପାରିବ । ତେଣୁ ଫୋନକୁ ଛାଡି କିଛି ଭଲ ଧାରଣା  ବିଷୟରେ ଚିନ୍ତା କରନ୍ତୁ ।

– ଅନାବଶ୍ୟକ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ଯେଉଁ କଥା ଆପଣଙ୍କୁ ଅସୁବିଧାରେ ପକାଇପାରେ ସେ କଥା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ଯଦି ଆପଣ ଏହି ସବୁ ଅଭ୍ୟାସ ଛାଡି ଦିଅନ୍ତି ତେବେ ଆପଣଙ୍କୁ ଜୀବନରେ ସଫଳତା ମିଳିବା ସହିତ ଅସୁବିଧା ରହିବ ନାହିଁ ।

– ମନର କଥାକୁ ମଧ୍ୟ ଶୁଣନ୍ତୁ । ନିଜର ଭୁଲ ବାହାର କରିବା ସବୁଠାରୁ ବଡ ଖରାପ ଅଭ୍ୟାସ । ଯଦି ଆପଣ ନିଜର ଖରାପ ଚିନ୍ତା କରିବେ ତେବେ ଲୋକ ମଧ୍ୟ ଆପଣଙ୍କର ଖରାପ ଚିନ୍ତା କରିବେ । ଭଲ ହେବ ଆପଣ ନିଜର ଭଲ ଗୁଣ ପ୍ରତି ଧ୍ୟାନ ଦିଅନ୍ତୁ ଏହା ଫଳରେ ଖରାପ ଅଭ୍ୟାସ ଚାଲିଯିବ ।

– ପ୍ରତ୍ୟେକ କଥାରେ ହଁ କହିବା ଏକ ଖରାପ ଅଭ୍ୟାସ । ପ୍ରତ୍ୟେକ କାମ କରିବା କୌଣସି ବ୍ୟକ୍ତି ପାଇଁ ସହଜ ନୁହେଁ । ଅନ୍ୟର କାମ ଯେଉଁମାନେ କରିଥାନ୍ତି ଯାହା ପାଖରେ ନିଜ କାମ କିଛି ନଥାଏ । ତେଣୁ ଆପଣଙ୍କ ଜୀବନର ପ୍ରତ୍ୟେକ ମୁହୃର୍ତ୍ତକୁ ନିଜ ହିସାବରେ କଟାଇବା ଦରକାର ।

– ଏକା ସହିତ ଅନେକ କାମ କରିବାର ଅଭ୍ୟାସ ଏକ ରୋଗ ଅଟେ । ତେଣୁ ଗୋଟିଏ ସମୟରେ ଗୋଟିଏ କାମ କରନ୍ତୁ । ନଚେତ କୌଣସି କାମ ସଠିକ ଭାବେ ହେବ ନାହିଁ ।