ଜଟଣୀରେ ମନ୍ଦିର ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା । ତାଲା ଭାଙ୍ଗି ଜଗନ୍ନାଥ ମନ୍ଦିରରେ ପଶିଲେ ଗାଁ ଲୋକ, ୨୭ ଦିନ ଧରି ବନ୍ଦ ଥିଲା ମହାପ୍ରଭୁଙ୍କ ନୀତିକାନ୍ତି ।

76

କନକ ବ୍ୟୁରୋ : ମନ୍ଦିର ଉନ୍ନତିକରଣ ପାଇଁ ସରକାର ଅନୁଦାନ ଦେଉଛନ୍ତି । କିନ୍ତୁ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିବାରୁ ଖୋର୍ଦ୍ଧା ବାଛରପାଟଣା ଜଗନ୍ନାଥ ମନ୍ଦିରରେ ତାଲା ପଡିଥିଲା । ମହାପ୍ରଭୁଙ୍କର ୨୭ ଦିନ ଧରି ନୀତିକାନ୍ତି ବନ୍ଦ ରହିଥିଲା । କିନ୍ତୁ ଶେଷରେ ସ୍ଥାନୀୟ ଲୋକେ ତାଲା ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରିଛନ୍ତି ।

ଗାଁର ଜୟରାଜଗୁରୁ କ୍ଲବ ଓ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ଦୁଇ ସଂଗଠନ ମଧ୍ୟରେ ଟଣାଓଟରା ହେବାରୁ ମନ୍ଦିରରେ ତାଲା ପଡିଯାଇଥିଲା । ବିବାଦର ସମାଧାନ ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା । କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ପରେ ଗୋଟିଏ ଗୋଷ୍ଠୀ ମନ୍ଦିର ଚାବି ନେବାକୁ ଯାଇ କୋର୍ଟର ଆଶ୍ରୟ ନେଇଛି ଅନ୍ୟ ଗୋଟିଏ ଗୋଷ୍ଠୀ ଦେବତ୍ତୋର ବିଭାଗକୁ ଚାବି ହସ୍ତାନ୍ତର କରିବାକୁ ଦାବି କରିଛି । ଗତ ୩ ତାରିଖରୁ ମନ୍ଦିରରେ ତାଲା ପଡିଥିବାରୁ ମନ୍ଦିରର ନୀତିକାନ୍ତି ବନ୍ଦ ହୋଇଯାଇଥିଲା । ଫଳରେ ସ୍ଥାନୀୟ ଜଗନ୍ନାଥପ୍ରେମୀଙ୍କ ମନରେ ଅସନ୍ତୋଷ ତେଜିଥିଲା । ଏହାପରେ ତାଲା ଭାଙ୍ଗି ସ୍ଥାନୀୟ ଲୋକେ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି ।