କନକ ବ୍ୟୁରୋ: ବିବାହିତ ଯୁବକଙ୍କ ପ୍ରେମ କେତେ ଭୟଙ୍କର ପରିଣାମ ଆଣିପାରେ, ତାର ଏକ ଭୟଙ୍କର କାହାଣୀ ସାମ୍ନାକୁ ଆସିଛି । ବାଲେଶ୍ୱର ଜିଲ୍ଲା ଭୀମପୁର ଗାଁରେ ଘଟିଛି ପ୍ରେମ-ପ୍ରତାରଣା ଓ ପ୍ରତିଶୋଧର ଏକ ଜଘନ୍ୟକାଣ୍ଡ । ପରକିୟା ପ୍ରେମକୁ ନେଇ ଏହି ଏସିଡ୍ ମାଡ ହୋଇଥିବା ଜଣାପଡ଼ିଛି । ଦେଢମାସ ତଳେ ଭୀମପୁର ଗାଁର ଯୁବତୀ, ଜଣେ ଯୁବକଙ୍କୁ ମନ୍ଦିରରେ ବାହାହୋଇ ଏକାଠି ରହୁଥିଲେ । ହେଲେ ସେ ଯୁବକ ପୂର୍ବରୁ ବିବାହିତ ଥିବା ଜାଣି ଯୁବତୀ ନିଜ ଘରକୁ ଚାଲି ଆସିଥିଲେ । ଏକଥାକୁ ନେଇ ରାଗରେ ପ୍ରତିଶୋଧ ନେବାକୁ ଯାଇ ସେହି ଯୁବକ, ନିଜ ପ୍ରେମିକାଙ୍କ ସମେତ ତାଙ୍କ ମାଆ, ବଡ଼ ଭଉଣୀ ଓ ପରିବାରର ଜଣେ ଶିଶୁଙ୍କ ଉପରକୁ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି ।
ବଡ଼ କଥା ହେଉଛି, ଏହି ଏସିଡ ମାଡ଼ ଘଟଣାରେ ଗୋଟିଏ ପରିବାର ଜଣେ ଶିଶୁଙ୍କ ସମେତ ୪ ଜଣଙ୍କ ଅବସ୍ଥା ଏବେ ସଙ୍କଟଜନକ ରହିଛି । ସମ୍ପୃକ୍ତ ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/23-14.jpg)