କାଳ ହେଲା କସମେଟିକ ସର୍ଜରୀ । ଅକାଳରେ ଗଲା ବ୍ରାଜିଲ ପପ ଷ୍ଟାରଙ୍କ ଜୀବନ,୪୨ବର୍ଷ ବୟସରେ ଡାନି ଲିଙ୍କ ପରଲୋକ

937

କନକ ବ୍ୟୁରୋ : ବ୍ରାଜିଲର ଲୋକପ୍ରିୟ ପପଷ୍ଟାର ଡାନି ଲିଙ୍କ ପରଲୋକ । ୪୨ ବର୍ଷ ବୟସରେ ଡାନି ଲିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅଧିକ ସୁନ୍ଦର ଦେଖାଯିବା ପରେ ଡାନି ନିକଟରେ କସମେଟିକ ସର୍ଜରୀ କରିଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । କିଛି ଦିନ ଧରି ଡାକ୍ତରଖାନାରେ ଚିିକିତ୍ସା କରାଯିବା ପରେ ଏବେ ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ୨୪ ତାରିଖରେ ଡାନି ଲିଙ୍କ ମୃତ୍ୟୁ ହେବ ସହ ୨୭ରେ ଅନ୍ତିମ ସଂସ୍କାର କରାଯାଇଛି । ବ୍ରାଜିଲର ଜଣେ ଜଣାଶୁଣା ପପ ସିଙ୍ଗର ଥିଲେ । ୫ବର୍ଷ ବୟସରେ ସଂଗୀତ ଦୁନିଆରେ ପାଦ ରଖିଥିଲେ । ଦୁଇ ମାସ ପୂର୍ବରୁ ଡାନି ଲିଙ୍କ ଗୀତ ରିଲିଜ ହୋଇଥିଲା । ଯାହା ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲା ।