ସାଧାରଣତନ୍ତ୍ର ଦିବସର ଅତିଥି ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲଜୋନାରୋ, ଆଜିଠୁ ୪ ଦିନିଆ ଭାରତ ଗସ୍ତରେ ଆସିବେ ବୋଲଜୋନାରେ

Advertisment
ସାଧାରଣତନ୍ତ୍ର ଦିବସର ଅତିଥି ବ୍ରାଜିଲର ରାଷ୍ଟ୍ରପତି ଜାଇର ବୋଲଜୋନାରୋ, ଆଜିଠୁ ୪ ଦିନିଆ ଭାରତ ଗସ୍ତରେ ଆସିବେ ବୋଲଜୋନାରେ

source : business-standard.com/

କନକ ବ୍ୟୁରୋ : ଏ ବର୍ଷ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ବ୍ରାଜିଲ ରାଷ୍ଟ୍ରପତି ଜାଇର୍ ବୋଲଜୋନାରୋ। ଜାନୁଆରି ୨୪ ରୁ ୨୭ ତାରିଖ ଯାଏଁ ସେ ଭାରତ ଗସ୍ତରେ ରହିବେ ବୋଲଜୋନାରେ । ବୋଲଜୋନାରୋଙ୍କ ସହ ଆସୁଛନ୍ତି ୮ଜଣ ମନ୍ତ୍ରୀ, ବ୍ରାଜିଲ୍ ପାର୍ଲାମେଣ୍ଟର ୪ଜଣ ସଦସ୍ୟ, ବରିଷ୍ଠ ସରକାରୀ ଅଧିକାରୀମାନେ ଏବଂ ବ୍ୟାବସାୟିକ ପ୍ରତିନିଧି ଦଳ। ଏଥରକୁ ମିଶାଇ ତୃତୀୟ ଥର ଲାଗି ବ୍ରାଜିଲ ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ହେବେ।

୨୦୧୯ ମସିହା ଜାନୁଆରି ୧ ତାରିଖରେ କ୍ଷମତାସୀନ ହୋଇଥିବା ରାଷ୍ଟ୍ରପତି ବୋଲଜୋନାରୋଙ୍କର ଏହା ହେବ ପ୍ରଥମ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଦୁଇ ଥର ଭେଟି ସାରିଛନ୍ତି। ଥରେ ୨୦୧୯ ଜୁନ୍ ମାସରେ ଓସାକା ଠାରେ ଅନୁଷ୍ଠିତ ଜି୨୦ ବୈଠକ ବାହାରେ ଏବଂ ଆଉ ଥରେ ୨୦୧୯ ନଭେମ୍ବର ମାସରେ ବ୍ରାସିଲିଆ ଠାରେ ଅନୁଷ୍ଠିତ ‘ବ୍ରିକ୍ସ୍’ ଶିଖର ବୈଠକରେ। ଜାନୁଆରି ୨୬ ତାରିଖ ଦିନ ରାଷ୍ଟ୍ରପତି ବୋଲଜୋନାରୋ ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବା ସହ ଭାରତର ରାଷ୍ଟ୍ରପତିଙ୍କ ‘ଆଟ୍-ହୋମ୍’ ଭୋଜିରେ ଆପ୍ୟାୟିତ ହେବେ। ଜାନୁଆରି ୨୭ ତାରିଖ ଦିନ ଭାରତ ଓ ବ୍ରାଜିଲ ‘ବ୍ୟବସାୟ ଫୋରମ୍’ ଆୟୋଜନ ହେବ। ସେଠାରେ ରାଷ୍ଟ୍ରପତି ବୋଲଜୋନାରୋ ଉଦବୋଧନ ଦେବେ। ସେହି ଦିନ ହିଁ ସେ ଆଗ୍ରା ଅଭିମୁଖେ ଯାଇ ସେଠାରୁ ନିଜ ଦେଶକୁ ବାହୁଡ଼ି ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe