ଗୋଟିଏ ବେଦୀ ଜଣେ ବର ୯ ଜଣ କନ୍ୟାଙ୍କ ମଥାରେ ପିନ୍ଧାଇଲା ସିନ୍ଦୂର, ଜାଣନ୍ତୁ କାହିଁକି ?

246

କନକ ବ୍ୟୁରୋ : ବ୍ରାଜିଲ ମଡେଲ ଆଥର ଓ ଓସୋ ଫ୍ରି ଲଭ ପାଳନ କରିବାକୁ ଯାଇ ସାମୁହିକ ବିବାହରେ ୯ ଜଣ ମହିଳାଙ୍କୁ ବିବାହ କରିଛନ୍ତି । ଏହି ବାହାଘର ସାଓ ପାଓଲ ସହରର ଏକ କାଥୋଲିକରେ ଅନୁଷ୍ଠିତ ହୋଇଛି । ଅର୍ଥର ପ୍ରଥମେ ଲୁଆନା ନାମକ ମହିଳାଙ୍କୁ ବିବାହ କରିଥିଲା । ହେଲେ ଲୁଆନା ଏତେ ନିଷ୍ଠୁର ଥିଲା କି ଥରେ ଅର୍ଥରଙ୍କୁ କୁକୁର ଭଳି ବାନ୍ଧି ରେଳ ଷ୍ଟେସନ ନିକଟକୁ ନେଇ ଯାଇଥିଲେ ।

ଏହାପରେ ଆର୍ଥର ସ୍ୱତନ୍ତ୍ର ପ୍ରେମ ଓ ଗୋଟିଏ ବିବାହକୁ ବିରୋଧ କରି ଉତ୍ସବ ପାଳନ କରିଛନ୍ତି । ଏହାପରେ ସେ ୯ ଜଣ ଅନ୍ୟ ମହିଳାଙ୍କୁ ଏକା ସାଙ୍ଗରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । କହିରଖୁ କି ଆର୍ଥର ଓ ଲୁଆନାଙ୍କ ବିବାହ ପରେ ଉଭୟ ସେମାନଙ୍କ ଅଶ୍ଳିଳ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ସେତେବେଳେ ବିବାଦ ଦେଖାଦେଇଥିଲା । କେବଳ ସେତିକି ନୁହେଁ ଆର୍ଥର ଲୁଆନା ଦେଶର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଭ୍ରମଣ କରିଥିଲେ ।

ଏହାପରେ ସେମାନେ ସେମାନଙ୍କ ସେକ୍ସ ଲାଇଫ ବାବଦରେ ପ୍ରଶଂସକମାନଙ୍କୁ ଟିପ୍ସ ଦେଇ ଅନେକ ଅର୍ଥ ରୋଜଗାର କରିଥିଲେ । ହେଲେ ମହାମାରୀ ବେଳେ ଏକଦା ଆର୍ଥରଙ୍କୁ କୁକୁର ପୋଷାକ ପିନ୍ଧାଇ ଲୁଆନା ରେଳ ଷ୍ଟେସନକୁ ନେଇ ଯାଇଥିଲେ । ସେଠାରେ ଲୁଆନା ଆର୍ଥରଙ୍କୁ ଅନେକ ସମୟ ଧରି ବୁଲାଇଥିଲେ । ଏନେଇ ସେମାନେ କହିଥିଲେ କି ଏଭଳି କରିବା ଦ୍ୱାରା ପରସ୍ପର ପ୍ରତି ଆକର୍ଷଣ ବୃଦ୍ଧି ପାଇଥାଏ ।