ଭାରତ ବାୟୋଟେକ୍ ସହ କୋଭାକ୍ସିନ ଟିକା ଡିଲ ନେଇ ଅଡୁଆରେ ବ୍ରାଜିଲ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ବିରୋଧରେ ଯାଂଚ ପାଇଁ ନିର୍ଦ୍ଦେଶ ଦେଲେ ବ୍ରାଜିଲ ସୁପ୍ରିମ କୋର୍ଟ

346

କନକ ବ୍ୟୁରୋ : ଭାରତୀୟ ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକର କୋଭିଡ-୧୯ ଟିକା କୋଭାକ୍ସିନ ପାଇଁ ବ୍ରାଜିଲ ରାଷ୍ଟ୍ରପତି ଡିଲ କରିଥିଲେ । ହେଲେ ଏହି ଡିଲରେ ଭ୍ରଷ୍ଟାଚାର ହୋଇଥିବା ନେଇ ଅଭିଯୋଗ ଆସିବା ପରେ ରାଷ୍ଟ୍ରପତି ଜେର ବୋଲସୋନାରୋଙ୍କ ବିରୋଧରେ ଯାଂଚ ହେବ । ଏନେଇ ବ୍ରାଜିଲ ସୁପ୍ରିମ କୋର୍ଟର ବିଚାରପତି ସିସା ବିବର ଶୁକ୍ରବାର ଦିନ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସୁପ୍ରିମ କୋର୍ଟର ଶୀର୍ଷ ପ୍ରସିକ୍ୟୁଟର ଅଫିସ୍ ଏହି ମାମଲାର ଯାଂଚ କରିବ ।

ବ୍ରାଜିଲର ରାଷ୍ଟ୍ରପତି ବୋଲସୋନାରୋକଙ୍କ କରୋନା ଭାଇରସ ଟିକା କ୍ରୟ ସହ ଜଡିତ ଏକ ଚୁକ୍ତିନାମାରେ ସାମ୍ଭାବ୍ୟ ଦୁର୍ନୀତିର ରିପୋର୍ଟକୁ ଆଖିବୁଜି ଗ୍ରହଣ କରିନେବା ତାଙ୍କ ଶାସନ ପାଇଁ ବିପଦ ସୃଷ୍ଟି କରିଛି । ଏଭଳି ଅଭିଯୋଗ ଆସିବା ପରେ ବିରୋଧୀମାନେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି ।

କିଛିଦିନ ହେବ ଏଭଳି ଅଭିଯୋଗ ଆଣି ବିରୋଧୀମାନେ ବୋଲସୋନାରୋଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି । ଅନ୍ୟପଟେ ବ୍ରାଜିଲ ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି କି ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ଭାରତ ବାୟୋଯେକ’ ର କୋଭାକ୍ସିନ ଟିକା ଡିଲ ବେଳେ ସେମାନେ ଚାପରେ ଥିଲେ । ବିଶେଷ କରି ସିଙ୍ଗାପୁର କମ୍ପାନୀକୁ ଅଗ୍ରୀମ ଦିଆଯାଇଥିବା ୪.୫ କୋଟି ଡଲାରରେ ଅନିୟମିତତା ହୋଇଛି ।