କନକ ବ୍ୟୁରୋ: ବ୍ରାଜିଲର ପ୍ରଖ୍ୟାତ ଫୁଟବଲର ପେଲେଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡିକ କାର୍ଯ୍ୟ କରିବା ବନ୍ଦ କରିଦେଇଛି । ଫଳରେ ତାଙ୍କୁ End-Of-Life କେୟାର ପାଇଁ ସ୍ଥନାନ୍ତରଣ କରାଯାଇଥିବା ସୂଚନା ରହିଛି । ବିଶ୍ୱର ବିଶିଷ୍ଟ ଫୁଟବଲ ଖେଳାଳୀମାନେ ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।
କାତାରରେ ଫିଫା ବିଶ୍ୱକପ୍ ମ୍ୟାଚ୍ ରୋମାଞ୍ଚକର ମୋଡ ନେଇଥିବାବେଳେ ଫୁଟବଲ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର ଆସିଛି । କ୍ୟାନ୍ସରରେ ପୀଡିତ ହୋଇ ଚିକିତ୍ସାଧିନ ଥିବା ପ୍ରଖ୍ୟାତ ଫୁଟବଲର ପେଲେଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନହୋଇ ତାଙ୍କ ଅଙ୍ଗପ୍ରତ୍ୟଙ୍ଗ ଗୁଡିକୁ ନିଷ୍କ୍ରିୟ ହୋଇପଡିବା ପରେ ତାଙ୍କୁ ଏଣ୍ଡ୍-ଅଫ୍-ଲାଇଫ୍ କେୟାର ବିଭାଗକୁ ସ୍ଥାନାନ୍ତର କରାଯାଇଛି ।
End-Of-Life ଅର୍ଥ କୌଣସି ବ୍ୟକ୍ତିର ଅନ୍ତିମ ସମୟ ପାଖେଇ ଆସିବା ଅନୁଭବ କରାଯିବା ପରେ ତାଙ୍କୁ ଏହି ବିଭାଗକୁ ସ୍ଥାନାନ୍ତର କରାଯାଇଛି । ଏଠାରେ ତାଙ୍କର ମାନସିକ, ଭାବନାତ୍ମକ, ଶରୀରିକ ଓ ଆଧ୍ୟାତ୍ମିକ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଏ । ଏଠାରେ ବ୍ୟକ୍ତିଙ୍କୁ ଦିନେଠାରୁ ଏକ ମାସ ପର୍ଯ୍ୟନ୍ତ ରଖାଯିବାର ବ୍ୟବସ୍ଥା ରହିଥାଏ ।
ଫୁଟବଲ ଜଗତରେ ପେଲେ ଜଣେ ଅଦ୍ୱିତୀୟ ଖେଳାଳୀ । ୧୯୫୮ରେ ତାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚମକାଇଦେଇଥିଲା । ସେତେବେଳକୁ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । ୧୯୫୮ ବିଶ୍ୱ କପ୍ ଫାଇନାଲରେ ପେଲେ ସୁଦାନ ବିପକ୍ଷରେ ୨ଟି ଗୋଲ୍ ଦେଇଥିଲେ । ବ୍ରାଜିଲ ସର୍ବାଧିକ ୫ଥର ଫିଫା ୱାର୍ଲ୍ଡ କପ୍ ଜିତିଛି ।