ଜେଲରେ କଏଦୀ-କଏଦୀଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ୫୭ ମୃତ : କିଏ ତଣ୍ଟି ଚିପି ତ ପୁଣି କିଏ ଟୁଥବ୍ରସରେ କଲା ଆକ୍ରମଣ

892

କନକ ବ୍ୟୁରୋ: ବ୍ରାଜିଲର ଏକ ଜେଲରେ କଏଦୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ କାରଣରୁ ଚାଲି ଯାଇଛି ୫୭ ଜଣଙ୍କ ଜୀବନ । ସୂଚନା ମୁତାବକ, ବ୍ରାଜିଲର ମନାଉସ ସହରରେ ଏନିସିଆ ଜୋବିମ ଜେଲ ପରିସରରେ ଗତ ରବିବାର ଦିନ କୌଣସି କାରଣରୁ କଏଦୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା କିନ୍ତୁ ଚାହୁଁ ଚାହୁଁ ଏହା ଭୟଙ୍କର ରୂପ ନେଇଯାଇଥିଲା । ଫଳରେ ଏହି ଗଣ୍ଡଗୋଳରେ ୫୭ ଜଣ କଏଦୀଙ୍କର ମୃତ୍ୟୁ ଘଟିଛି । ତେବେ ଏହି ନାରକୀୟ କାଣ୍ଡ ଭିଆଇଥିବା କଏଦୀମାନେ କାହାର ତଣ୍ଟି ଚିପି ତ ପୁଣି କାହାକୁ ଟୁଥବ୍ରସରେ ବାରମ୍ବାର ଆକ୍ରମଣ କରି ୫୭ ଜଣଙ୍କୁ ହତ୍ୟା କରିଥିଲେ ।

ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିଥିବା ନେଇ ସୂଚନା ଦେଇଛି ଜେଲ ପ୍ରଶାସନ । ଏଠାରେ ଆମେ କହି ରଖୁଛୁ କି, ବ୍ରାଜିଲରେ ଥିବା ଜେଲମାନଙ୍କରେ ଦଙ୍ଗା ହେବା ଓ ଏଥିରେ କଏଦୀ ମରିବା ଏବଂ ସାମୂହିକ ରୂପରେ କଏଦୀମାନଙ୍କର ଫେରାର ହେବା ଘଟଣା ଅତି ସାଧାରଣ କଥା ହୋଇଥାଏ । ଅନ୍ତରାଷ୍ଟ୍ରୀୟ ସଂଗଠନ ଏହାକୁ ବିଶ୍ୱର ସବୁଠୁ ଭୟଙ୍କର ଏବଂ ସବୁଠୁ ଅଧିକ ହିଂସାକାଣ୍ଡ ବୋଲି କହିଥାଏ । ତେବେ ସବୁଠୁ ଅଧିକ କଏଦୀ ମାମଲାରେ ବ୍ରାଜିଲ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଏଠାରେ ପାଖାପାଖି ୭ ଲକ୍ଷ କଏଦୀ ଅଛନ୍ତି । ଯେଉଁମାନେ କି ଜେଲର କ୍ଷମତାଠାରୁ ପାଖାପାଖି ଦୁଇଗୁଣା ଅଧିକ ।