ବ୍ରାଭୋଙ୍କ ପୁଷ୍ପା ଷ୍ଟାଇଲ । ୱିକେଟ ନେବା ପରେ ପଡିଆରେ ପୁଷ୍ପା ଷ୍ଟେପ୍ କରି ସେଲିବ୍ରେସନ କଲେ ବ୍ରାଭୋ, ଦେଖନ୍ତୁ ପୂରା ଭିଡ଼ିଓ ।

309

କନକ ବ୍ୟୁରୋ : ପୁଷ୍ପା ଫିଲ୍ମର କ୍ରେଜ ଏବେ କେବଳ ଭାରତରେ ଆଉ ସୀମିତ ନାହିଁ । ଦେଶ ବିଦେଶରେ ପୁଷ୍ପା ଫିଲ୍ମର ଗୀତ ଷ୍ଟାଇଲକୁ ଭିଡ଼ିଓ ସେୟାର କରୁଛନ୍ତି ବଡ ବଡ ଷ୍ଟାର । ଫିଲ୍ମ ହଲ ଠାରୁ କ୍ରିକେଟ ପଡିଆ ସବୁଠି ଏବେ ପୁଷ୍ପା ଗୀତର ଜଲୱା । ଖାସକରି ଦେଶବିଦେଶର କ୍ରିକେଟର ମାନେ ଏବେ ପୁଷ୍ପା ଗୀତର ପ୍ରେମରେ । ପୂର୍ବରୁ ୱାର୍ଣ୍ଣର, ରୈନା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳୀ ପୁଷ୍ପା ଫିଲ୍ମର ଗୀତ ଶ୍ରୀଭଲ୍ଲିରେ ଅଲୁ ଅର୍ଜୁନଙ୍କ ଷ୍ଟାଇଲର ଭିଡ଼ିଓ କରି ସେୟାର କରିଥିଲେ । ଆଉ ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ । ବାଂଲାଦେଶ ପ୍ରିମିୟର ଲିଗର ଏକ ମ୍ୟାଚରେ ୱିକେଟ ନେବା ପରେ ଶ୍ରୀଭଲ୍ଲି ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟେପ କରି ସେଲିବ୍ରେସନ କରିଛନ୍ତି ।

ବାଂଲାଦେଶ ପ୍ରିମିୟର ଲିଗରେ ୱିକେଟ ନେବା ପରେ ପଡିଆ ମଝିରେ ପୁଷ୍ପାର ହୁକ୍ ଅପ୍ ଷ୍ଟେପ କରିଥିଲେ ବ୍ରାଭୋ । ଆଉ ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି । ବ୍ରାଭୋ ପଡିଆରେ ଅଲ୍ଲୁ ଅର୍ଜୁନଙ୍କ ଭଳି ନାଚିବାକୁ ଚେଷ୍ଟା କରିଥିଲେ । ଆଉ ଏହି ଭିଡ଼ିଓ ଭାଇରାଲ ହେବା ପରେ ଏବେ ଭାରତୀୟ କ୍ରିକେଟ ପ୍ରଂଶସକ ଓ ଅଲ୍ଲୁ ଅର୍ଜୁନଙ୍କ ଫ୍ୟାନ୍ ବ୍ରାଭୋଙ୍କୁ ଧନ୍ୟବାଦ ଜଣାଇଛନ୍ତି । କେବଳ ପଡିଆ ମଝିରେ ଏହି ଷ୍ଟେପ କରି ବ୍ରାଭୋଙ୍କ ମନ ବୁଝିନଥିଲା । ପଡିଆରୁ ଫେରିବା ପରେ ହୋଟେଲରେ ମଧ୍ୟ ଏହି ଷ୍ଟେପ କରି ଏହାର ଭିଡ଼ିଓ ନିଜର ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ବ୍ରାଭୋ ।

ଏହାପୂର୍ବରୁ ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣର ମଧ୍ୟ ପୁଷ୍ପା ଫିଲ୍ମର ଶ୍ରୀଭଲ୍ଲି ଗୀତରେ ହୁକ୍ ଅପ୍ ଷ୍ଟେପ କରିବା ସହ ଲୋକପ୍ରିୟ ଝୁକେଗା ନେହିଁ ଡାଇଲଗର ମଧ୍ୟ ରିଲ୍ସ କରିଥିଲେ । ପରେ ସୁରେଶ ରୈନା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ଘାରିଥିଲା ପୁଷ୍ପାର କ୍ରେଜ୍ ।