କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରର ପୁଂଛରେ ଆତଙ୍କବାଦୀ ଆକ୍ରମଣରେ ୫ଜଣ ଯବାନ ସହିଦ ହେବା ପରେ ପ୍ରତି ସହିଦଙ୍କ ପରିବାରର ବିକଳ ଦୃଶ୍ୟ ସାମ୍ନାକୁ ଆସିଛି । ଏହି ଆତଙ୍କବାଦୀ ଆକ୍ରମଣରେ ପଞ୍ଜାବ ମୋଗାର ଲାନ୍ସନାୟକ କୁଲୱନ୍ତ ସିଂ ମଧ୍ୟ ସହିଦ ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି ତାଙ୍କ ବାପା କାରଗିଲରେ ଦେଶ ପାଇଁ ବଳିଦାନ ଦେଇଥିବାବେଳେ ପୁଅ ଦେଇଛନ୍ତି ପୁଂଛ ସେକ୍ଟରରେ ଦେଶମାତୃକା ପାଇଁ ସହିଦ ହୋଇଛନ୍ତି । ପଛରେ ଛାଡିଯାଇଛନ୍ତି ମାତ୍ର ୩ ମାସର କଅଁଳା ପୁଅକୁ ।

Advertisment

କାରଗିଲ ଯୁଦ୍ଧବେଳେ ଯେତେବେଳେ ବାପା ସହିଦ ହୋଇଥିଲେ ସେତେବେଳେ କୁଲୱନ୍ତ ମାତ୍ର ୨ ବର୍ଷର ହୋଇଥିଲେ । ପରେ ବାପାଙ୍କ ସାହାସର କଥା ଶୁଣି ପ୍ରେରଣା ପାଇଁ ନିଜେ ସେନାରେ ଯୋଗ ଦେବାକୁ ମନ କରିଥିଲେ ଏବଂ ସଫଳ ହୋଇଥିଲେ ମଧ୍ୟ । ହେଲେ ବିଧାତାଙ୍କୁ ସେ ଅମର ହୋଇଯିବା ହିଁ ବୋଧେ ମଞ୍ଜୁର ଥିଲା । ପୁଂଛରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଗଲେ । ପଛରେ ଛାଡିଯାଇଛନ୍ତି ୩ ବର୍ଷର ଝିଅ, ୩ମାସର ପୁଅକୁ ।

ପରିବାରର ଗୋଟିଏ ବୋଲି ରୋଜଗାରିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି, ମା, ସ୍ତ୍ରୀ ଓ ସାହିପଡିଶା । ପ୍ରଥମେ ସ୍ୱାମୀଙ୍କୁ ହରାଇ ଟିକେ ଦୁଃଖ ଲାଘବ ହେବା ବେଳକୁ ଯବାନ ପୁଅକୁ ହରାଇ ଅସହାୟ ହୋଇପଡିଛନ୍ତି କୁଲୱନ୍ତଙ୍କ ମା’ ।